କୋରୁଆ ବିଦ୍ୟୁତ ସେକସନ ଯନ୍ତ୍ରୀଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ କୋରୁଆ ଟିପିସିଓଡିଏଲ ସେକସନର କନିଷ୍ଠ ଯନ୍ତ୍ରୀ(ବିଦ୍ୟୁତ) ଅଶ୍ୱିନୀ କୁମାର ସାହୁଙ୍କ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଯନ୍ତ୍ରୀ ଶ୍ରୀ ସାହୁ ସେହି ଅଞ୍ଚଳର ଅନେକ ଲୋକଙ୍କ ଠାରୁ ଟିପିସିଓଡିଏଲ ଏବଂ ଅନ୍ୟ ସରକାରୀ ସଂସ୍ଥାରେ ଚାକିରୀ କରାଇ ଦେବାକୁ ମିଥ୍ୟା ପ୍ରତିଶୃତି ଦେଇ ବହୁ ଟଙ୍କା ଚଞ୍ଚକତାପୂର୍ଣ୍ଣ ଭାବେ ଭଣ୍ଡାଇ ନେଇଯାଇଛନ୍ତି । ଏହାବ୍ୟତିତ ବହୁ ଲୋକଙ୍କ ଠାରୁ ଲାଞ୍ଚ ନେଇ ସେମାନଙ୍କୁ ସେ ବେଆଇନ ବିଦ୍ୟୁତ କନେକସନ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଶ୍ରୀ ସାହୁଙ୍କ ବେଆଇନ କାର୍ଯ୍ୟକଳାପ ସମ୍ପର୍କରେ ବହୁ ଅଭିଯୋଗ ଲୋକମାନେ ପୂର୍ବରୁ କରିଛନ୍ତି । ଏମିତିକି ପାଟକୁରା ଥାନାରେ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ପଞ୍ଜିକୃତ ହୋଇଛି । ତେଣୁ ତାଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାନ୍ତ କୁମାର ଜେନା ଓ ସୈାଭାଗ୍ୟ ସୁନ୍ଦର ସ୍ୱାଇଁ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।