କୋରୋନା ଭାଇରସରୁ ବର୍ତ୍ତିବାର ଉପାୟ
ଦିନକୁ ଦିନ ମହାମାରୀର ରୂପ ନେବାରେ ଲାଗିଛି କୋରୋନା ଭାଇରସ। ଏଥିରେ ପୀଡ଼ିତ ଅନେକ ସନ୍ଦିଗ୍ଧ ମାମଲା ଭାରତରେ ଦେଖିବାକୁ ମିଳୁଛନ୍ତି। ସ୍ବାସ୍ଥ୍ୟ ବିଭାଗ ଏହି ମାମଲାର ଯାଞ୍ଚ କରୁଛି। କିନ୍ତୁ ବଡ଼ କଥା ହେଉଛି ଆଜି ପର୍ଯ୍ୟନ୍ତ ଏହି ଭାଇରସରେ ପୀଡ଼ିତ କୌଣସି ଗୋଟିଏ ମାମଲା ଭାରତରେ ସ୍ପଷ୍ଟ ହୋଇନାହିଁ। ତଥାପି ମନରେ ବାରମ୍ବାର ପ୍ରଶ୍ନ ଉଠୁଛି ଏହି ଭାଇରସରୁ କିପରି ଭାବେ ରକ୍ଷା ମିଳିପାରିବ। ଚାଲନ୍ତୁ ଏଥିରୁ ବର୍ତ୍ତିବା ପାଇଁ କେତେକ ଡାକ୍ତରୀ ପରାମର୍ଶ ମାନିବ।
ହାତ ସଫା କରନ୍ତୁ : ବୈଜ୍ଞାନିକଙ୍କ କହିବାନୁସାରେ କୋରୋନା ଭାଇରସ ଶୀତଦିନେ ହିଁ ଅଧିକ ସଂକ୍ରମଣ ବ୍ୟାପିଥାଏ। ଏପରିସ୍ଥଳେ ଏହି ସଂକ୍ରମଣର ରୋକିବା ଲାଗି ସବୁଠାରୁ ସଠିକ ଉପାୟ ହେଉଛି କିଛି ସମୟ ବ୍ୟବଧାନରେ ହାତ ସଫା କରିବା। ସେ କହିଛନ୍ତି ଯେ ସାବୁନରେ ଅତିକମ୍ରେ ୨୦ ସେକେଣ୍ଡ ହାତ ନିହାତି ଭାବେ ଧୋଇବା ଉଚିତ। ଯଦି ସାବୁନ ପାଖରେ ନାହିଁ, ତେବେ ଆଲ୍କହଲଯୁକ୍ତ ସାନିଟାଇଜର ବ୍ୟବହାର କରିପାରିବେ।
ଆଖି, ନାକ ଓ ଚେହେରାକୁ ଛୁଅନ୍ତୁ ନାହିଁ : କୌଣସି ପ୍ରକାରର କାଶ, ଥଣ୍ଡା କିମ୍ବା ଜ୍ବର ହେଲେ ନିଜ ଆଖି, ନାକ ଓ ମୁହଁକୁ ଛୁଅନ୍ତୁ ନାହିଁ। ଯଦି ପରିବାର ସଦସ୍ୟ କେହି କାଶ ଥଣ୍ଡାରେ ସଂକ୍ରମିତ, ତେବେ ମଧ୍ୟ ଆପଣ ନିଜ ଆଖି, ନାକ ଓ ଚେହେରାକୁ ବାରମ୍ବାର ଛୁଇଁବାଠାରୁ ଦୂରେଇ ରହନ୍ତୁ।
ରୋଗୀଙ୍କଠାରୁ ଦୂରେଇ ରହନ୍ତୁ : ନାକରୁ ପାଣି ବହିବା, ଶରୀର ଥଣ୍ଡା ପଡ଼ିଯିବା, ଜ୍ବର କିମ୍ବା କାଶରେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହନ୍ତୁ। ସଂକ୍ରମିତ ବ୍ୟକ୍ତି କାଶ, ଥଣ୍ଡା ସମୟରେ ଛିଙ୍କିବା ସମୟରେ ରୁମାଲ କିମ୍ବା କପଡ଼ା ବ୍ୟବହାର କରିବା ଉଚିତ। ଅନ୍ୟ ଲୋକଙ୍କୁ ରୋଗୀ ଛୁଇଁବା ଉଚିତ୍ ନୁହେଁ।
ହାତ ମିଳାଇବା ଓ ଆଲିଙ୍ଗନଠାରୁ ଦୂରେଇ ରହନ୍ତୁ : କାହାରିକୁ ଦେଖା ହେବାବେଳେ ଅଭିବାଦନ କରିବା ପାଇଁ ହାତ ମିଳାଇବା କିମ୍ବା ଆଲିଙ୍ଗନ କରିବାଠାରୁ ଦୂରେଇ ରହନ୍ତୁ। ବୈଜ୍ଞାନିକଙ୍କ କହିବାନୁସାରେ କୋରୋନା ଭାଇରସ ବ୍ୟାପିବାର ସବୁଠାରୁ ବଡ଼ କାରଣ ସଂକ୍ରମିତ ଲୋକଙ୍କୁ ଛୁଇଁବା। ତେଣୁ ଏହି ସମୟରେ କୌଣସି ଯାତ୍ରାରୁ ଫେରିଥିବା ଲୋକଙ୍କ ସହିତ ସାକ୍ଷାତ କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ।
ବାରମ୍ବାର ବ୍ୟବହାର ହେଉଥିବା ଜିନିଷକୁ ସଫା ରଖନ୍ତୁ : କବାଟର ଲକ୍, ଟଏଲେଟ୍ ଟ୍ୟାପ୍, ଟିଭି ଓ ଏସି ରିମୋଟ୍ ଭଳି ଜିନିଷ, ଯାହାକୁ ଘରେ ଯେ କୌଣସି ବ୍ୟକ୍ତି ବାରମ୍ବାର ବ୍ୟବହାର କରୁଛନ୍ତି, ତାହାକୁ ସଫା ରଖନ୍ତୁ। ଏହାକୁ କିଛି ଦିନ ବ୍ୟବଧାନରେ ସଫା କରିବା ଉଚିତ। ଏହାଫଳରେ ସଂକ୍ରମଣ ବ୍ୟାପିବା ଆଶଙ୍କା କମ୍ ହୋଇଯାଏ।