କୋରୋନା କାୟାରେ ବିଶ୍ବ: ୧୨.୭୪ ଲକ୍ଷ ଆକ୍ରାନ୍ତ, ୬୯ ହଜାରଙ୍କ ପ୍ରାଣହାନି

ଲଣ୍ଡନ: କୋରୋନା କାୟାରେ ସାରା ବିଶ୍ବ। ସମସ୍ତ ପ୍ରକାର ଉଦ୍ୟମ ସତ୍ତ୍ବେ କୋରୋନାକୁ ରୋକିବା ବିଶ୍ବବାସୀଙ୍କ ପକ୍ଷେ ଏଯାବତ ସମ୍ଭବ ହୋଇ ନାହିଁ। ରବିବାର ସୁଦ୍ଧା ବିଶ୍ବର ୨୦୮ଟି ଦେଶ ଓ ୨ଟି ବଡ଼ ଜାହାଜରେ ଥିବା ଲୋକଙ୍କୁ କୋରୋନା ଆକ୍ରାନ୍ତ କରିଛି। ଚୀନରୁ ଆରମ୍ଭ ହୋଇଥିବା କୋରୋନା ଦିନେ ଯେ ଏପରି ଭୟାନକ ରୂପ ନେବ, ତାହା କେହି କେବେ ବି କଳ୍ପନା କରି ନ ଥଲେ। ବିଭିନ୍ନ ଜ୍ଞାନ କୌଶଳକୁ ନେଇ ବଳିୟାନ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଙ୍କ ଅବସ୍ଥା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପ୍ରତି ଦିନ ହଜାର ହଜାର ଲୋକ କୋରୋନା ଆକ୍ରାନ୍ତରେ ପ୍ରାଣ ହରାଉଛନ୍ତି। ସୋମବାର ସକାଳ ସୁଦ୍ଧା ସାରା ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୪ ହଜାର ୨୨ରେ ପହଞ୍ଚିଛି। ସେହିପରି ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୬୯ ହଜାର ୪୬୪ରେ ପହଞ୍ଚିଛି। ଆରୋଗ୍ୟ ଲାଭ କରିଥବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୬୪ ହଜାର ୮୦୭ ରହିଥଲା ବେଳେ ୯ ଲକ୍ଷ ୩୯ ହଜାର ୭୫୧ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରେ ୮ ଲକ୍ଷ ୯୪ ହଜାର ୧୫୯ ଜଣ ସାମାନ୍ୟ ଆକ୍ରାନ୍ତ ହୋଇଥିଲା ବେଳେ ୪୫ ହଜାର ୫୯୨ ଜଣ ଗୁରୁତର ଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ