‘କୋରୋନା ତୁ ଫେରିଯା ‘ ଚଳଚ୍ଚିତ୍ରକୁ ଇଣ୍ଟରନେସନାଲ ପୁରସ୍କାର

କୁକୁଡାଖଣ୍ଡି,(ୱାଇଏନ୍ଏସ୍): ଇଣ୍ଟରନେସନାଲ୍ କୋଭିଡ୍ ନାଇଣ୍ଟିନ ଟ୍ରାଇବେଲ୍ ସିନେମା ଫେଷ୍ଟିଭାଲରେ ଗଞ୍ଜାମର କ୍ଷୁଦ୍ର ଚଳଚ୍ଚିତ୍ର ‘କୋରୋନା ତୁ ଫେରିଯା ‘ ଶ୍ରେଷ୍ଠ ୫୦ତମ ସ୍ଥାନରେ ପଦର୍ଶିତ ହୋଇଛି। ୩୬ଗୋଟି ଦେଶର ୪୫୦ଟି ସିନେମା ଏହି ଫିଲ୍ମ ଫେଷ୍ଟିଭାଲରେ ପଦର୍ଶିତ ହୋଇଥିଲା। ଜୁରି ମାନଙ୍କ ଦ୍ୱାରା ବେଷ୍ଟ ରିଜିଓନାଲ ଫିଲ୍ମ ଓ ବେଷ୍ଟ ଷ୍ଟୋରୀ ଭାବରେ ଉକ୍ତ ଚଳଚ୍ଚିତ୍ର ମନୋନୀତ ହୋଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । କରୋନା ସାରା ବିଶ୍ୱରେ ବ୍ୟାପୀ ତା’ର ତାଣ୍ଡବଲୀଳା ରଚିଥିଲା ବେଳେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିଲା।ଲୋକ ମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ସୃଷ୍ଟି କରିବା ନିମନ୍ତେ କୁକୁଡ଼ାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏହାକୁ ନେଇ ଏକ ସଚେତନତାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ରଚନା କରି, ଏହାକୁ ଲୋକ ଲୋଚନକୁ ଆଣିବା ନିମନ୍ତେ ସୁନ୍ଦର ପ୍ରୟାସ କରିଥିଲେ । ଏହାର ପ୍ରଯୋଜନା ଭାର ସୁସ୍ମିତା ପାତ୍ର ସମ୍ଭାଳିଥିବା ବେଳେ ଉକ୍ତ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସ୍ଥିତଧି ରଥ ନିର୍ବାହ କରିଥିଲେ । ଚଳଚ୍ଚିତ୍ରର କାହାଣୀ କୁକୁଡ଼ାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗଦାଧର ପାତ୍ର ରଚନା କରିଥିଲେ । ଚଳଚ୍ଚିତ୍ରଟି କରୋନା ସଚେତନତା ଉପରେ ଆଧାରିତ ହୋଇଥିବା ବେଳେ, ଅଭିନୟରେ ଅଛନ୍ତି ଗଦାଧର ପାତ୍ର ,ମଧୁସୂଦନ ମିଶ୍ର ଏବଂ ସ୍ମୁତି ରଞ୍ଜନ ପଟ୍ଟନାୟକ । ଏହି ଚଳଚ୍ଚିତ୍ରଟି ଅନ୍ତରାଷ୍ଟ୍ରୀୟ ସ୍ତରରେ ଖୁବ୍ ପ୍ରଶଂସା ସାଉଁଟିଥିବା ବେଳେ ଏହାର ନିର୍ଦ୍ଦେଶକ ଅନ୍ତରାଷ୍ଟ୍ରୀୟ ଖ୍ୟାତି ସମ୍ପନ୍ନ ଚିତ୍ରଶିଳ୍ପୀ ସ୍ଥିତଧୀ ରଥ ଏହାକୁ ନେଇ ଶ୍ରୀ ପାତ୍ରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ