କୋରୋନା ଭାଇରସ୍ ଆତଙ୍କ : ମକ୍କାଯାତ୍ରା ଉପରେ ରୋକ୍ ସାଉଦି ଆରବର ରୋକ୍
ନୂଆଦିଲ୍ଲୀ : କୋରୋନା ଭାଇରସ୍ ଆତଙ୍କ କାରଣରୁ ମକ୍କାଯାତ୍ରା ଉପରେ କଟକଣା ଲଗାଇଛି ସାଉଦି ଆରବ । ସମଗ୍ର ବିଶ୍ବରେ କୋରୋନାର ଭୟାବହତା ବଢିଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ୩୧୦୦ ଅତିକ୍ରମ କରିଛି । ବିଶ୍ବର ବିଭିନ୍ନ ରାଷ୍ଟ୍ର ପକ୍ଷରୁ ପ୍ରତିଶେଧକ ମୂଳକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ସାଉଦି ଆରବ ପକ୍ଷରୁ ମକ୍କାଯାତ୍ରା ଉପରେ କଟକଣା ଜାରି କରାଯାଇଛି । ଏହି ଭାଇରସ୍ ସଙ୍କ୍ରମଣ ସମ୍ଭାବନା ଅଧିକ ରହିଥିୁବାରୁ ସାଉଦି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କୋରୋନା ପ୍ରଭାବରେ ଭାରତରେ ୨୮ ଜଣ ସଂକ୍ରମିତ ହୋଇଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସଂକ୍ରମିତ ୨୮ ଜଣଙ୍କ ମଧ୍ୟରେ ୧୫ ଜଣ ଇଟାଲୀ ନାଗରିକ ରହିଥିବା ଜଣାପଡିଛି ।


