କୋରୋନା ଭାଇରସ୍‌ ପ୍ରଭାବ : ୮ ବର୍ଷରେ ସର୍ବନିମ୍ନ ସ୍ତରରେ ଅଶୋଧିତ ତୈଳଦର

ନୂଆଦିଲ୍ଲୀ : କୋରୋନା ଭାଇରସ୍‌ ପ୍ରଭାବରେ ବିଶ୍ବର ଅର୍ଥନୀତି ତଳୁଆ ରହିଥିବା ବେଳେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଘଟିଛି । ଅଶୋଧିତ ତୈଳ ମୂଲ୍ୟ ହ୍ରାସ ଘଟିଥିବା ବେଳେ ୨୦୧୭ ପରଠାରୁ ଏହା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଏହି ସମୟରେ ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟରେ 9 ପ୍ରତିଶତ ହ୍ରାସ ପାଇଛି । ଆମେରିକୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ୪୫.୫୦ ଡଲାର ରହିଥିବା ବେଳେ ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ୪୧.୧୧ ଡଲାର ରହିଛି । ଜାନୁୟାରୀ ୨୦୨୦ରେ ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ୭୧ ଡଲାରରେ ପହଞ୍ଚିଥିବା ବେଳେ ମାତ୍ର ଦୁଇ ମାସ ମଧ୍ୟରେ ଏହାର ମୂଲ୍ୟ ୩୦ ଡଲାର ହ୍ରାସ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ