କୋରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଯାଜପୁରରେ ରହିଛି ଲକଡାଉନ

ଯାଜପୁର:ଜିଲାର ୧୦ ଟିବ୍ଲକ ଓ ଦୁଇଟି ପୌରପାଳିକା ରେ ସଂପୁର୍ଣ୍ଣ ବନ୍ଦ ରହିଛି । ସେପଟେ କୋରୋନା ସ୍ଥିତିର ମୁକାବିଲା ପାଇଁ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାର ବ୍ୟବସାୟୀ ସଂଘ ଓ ଗାଡି ମାଲିକ ସଂଘ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅତ୍ୟାବଶ୍ୟକ ସାମଗ୍ରୀ ଦରକୁ ନିୟନ୍ତ୍ରଣ କରିବା ସହିତ ସାମଗ୍ରୀ ର ଶୃଙ୍ଖଳିତ ପରିବହନ ପାଇଁ ଗାଡି ମାଲିକ ମାନଙ୍କୁ ଚେତାବନି ଦିଆଯାଇଛି । ହୋଲସେଲ ଦୋକାନ ଗୁଡିକ ସଂପୁର୍ଣ୍ଣ ଭାବେ ୨୪ ଘଂଟା ଖୋଲା ରଖିବାକୁ ନିର୍ଦ୍ଧେଶ ଦିଆଯାଇଛି ।ସେହିପରି ଗାଡି ମାଲିକ ମାନେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ଯେପରି ସମସ୍ୟା ସୃଷ୍ଟି ନହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ଯେଉଁମାନେ ଏଥିରେ ଖିଲାପ କରିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନି ଦିଆଯାଇଛି । ସେହିଭଳି ଯାଜପୁର ଏସ ପି ଚରଣ ସିଂ ମିନା ଯୋଗ ଦେଇ ଅଯଥା ଘରୁ ନ ବାହାରି ଭିଡ ନ କରିବାକୁ ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ