କୋରୋନା ରୋଗୀଙ୍କ ରିପୋର୍ଟ ନେଗେଟିଭ ଆସିଲା
ଯାଜପୁର,(ଯୁଗାବ୍ଦ ନ୍ୟୁଜ):ଯାଜପୁର ଜିଲାରେ ଚିହ୍ନଟ ହୋଇଥିବା କୋରୋନା ରୋଗୀଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଜିଲା ପ୍ରଶାସନ କୋହଳ ମନୋଭାବ ପୋଷଣ କରିବାକୁ ଯାଉଛି । ଆଜି ରାତି ୮ଟାରୁ ବ୍ରହ୍ମବରଦା ଅଂଚଳରେ କଂଟେନମେଂଟ ଜୋନ ର ଅବଧି ସରିବା ପରେ ସେଠାରେ ଲକଡାଉନ ନିୟମ କାର୍ଯ୍ୟକାରି ହେବ ବୋଲି ଜିଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । କରୋନା ସଂକ୍ରମିତ ବ୍ୟକ୍ତି ଜଣଙ୍କ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ତାଙ୍କୁ ସରକାରୀ କ୍ୱାରେନଂଟାଇନରେ ରଖା ଯାଇଛି । ଆସନ୍ତାକାଲି ଠାରୁ ଜିଲାରେ ରହିଥିବା ସମସ୍ତ ବିଦ୍ୟୁତ୍ ସମଗ୍ରୀ ଦୋକାନ, ବହି ଦୋକାନ, ସାଇକେଲ ମରାମତି ଦୋକାନ, ଗ୍ୟାରେଜ, ଓମପେଂଡ ଷ୍ଟଲ ଏବଂ ଦୁଗ୍ଧଜାତ ସମଗ୍ରୀ ଦୋକାନ ସକାଳ ୬ରୁ ଦିନ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ।ଏଥିସହ ମାସ୍କ ପିନ୍ଧିବାକୁ ସରକାର ବାଧ୍ୟତାମୂଳକ କରିଥିବାରୁ ଏହାର ଚାହିଦା ମେଣ୍ଟାଇବା ପାଇଁ ଜିଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ସୁଲଭ ମୁଲ୍ୟରେ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।