କୋରୋନା ଲାଗି ଏଫିଲ ଟାଓ୍ବାର ବନ୍ଦ
ପ୍ୟାରିସ: କୋରୋନା ଭାଇରସ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏବେ ଏଥିରେ ପ୍ରାୟ ୫ ହଜାର ଲୋକଙ୍କ ମୃତ୍ୟୁ ହେଲାଣି। ଏହାସହ ୧ ଲକ୍ଷ ୪୦ ହଜାର ଏଥିରେ ସଂକ୍ରମିତ ଥିବା ଜଣାପଡିଛି। ଏହାର ଭୟାବହତାକୁ ରୋକିବାକୁ ବିଭିନ୍ନ ଦେଶରେ ସ୍କୁଲ, କଲେଜ, ମଲ୍, ସିନେମା ହଲ ଆଦି ପର୍ଯ୍ୟଟନସ୍ଥଳ ଆଦିକୁ ବନ୍ଦ କରି ଦିଆଯାଇଛି। ଫ୍ରାନ୍ସର ବଡ ପର୍ଯ୍ୟଟନସ୍ଥଳ ଏଫିଲ ଟାଓ୍ବାରକୁ ମଧ୍ୟ ଶୁକ୍ରବାର ଠାରୁ ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି। ଏହି ଟାଓ୍ବାରକୁ ସଞ୍ଚାଳନ କରୁଥିବା କମ୍ପାନୀ ଲା ଟୁର ଏଫିଲ ଏହି ସୂଚନା ଦେଇଛି। ଫ୍ରାନ୍ସରେ ଏବେ କୋରୋନା ଭାଇରସରେ ୩,୭୦୦ ସଂକ୍ରମିତ ଥିବା ବେଳେ ୮୦ ଜଣଙ୍କ ପ୍ରାଣହାନି ଘଟିଥିବା ସୂଚନା ମିଳିଛି।


