କୋରୋନା ସଂକ୍ରମଣରେ ଚୀନକୁ ଟପିଲା ଆମେରିକା

ୱାଶିଂଟନ: ସତ ହେଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପୂର୍ବାନୁମାନ। ଯୁକ୍ତରାଷ୍ଟ୍ର ଆମେରିକା କୋରୋନା ଭାଇରସର ପରବର୍ତ୍ତୀ କେନ୍ଦ୍ରସ୍ଥଳୀ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଗତକାଲି ସତର୍କ ସୂଚନା ଦେଇଥିଲା। ସତକୁ ସତ ଆଜି ଚୀନକୁ ଟପି ଯୁକ୍ତରାଷ୍ଟ୍ର ଆମେରିକା ଏବେ ବିଶ୍ୱର ସର୍ବାଧିକ କୋରୋନା ଭାଇରସ୍ ଆକ୍ରାନ୍ତ ଦେଶରେ ପରିଣତ ହୋଇଛି। ଜନ୍ ହପକିନ୍ସ୍ ୟୁନିଭର୍ସିଟିର କୋରୋନା ଭାଇରସ୍ ଟ୍ରାକର୍ ଅନୁସାରେ, ଶୁକ୍ରବାର ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ୮୫,୮୪୦ ଜଣ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ଏହା ହେଉଛି ଚୀନ ଆକ୍ରାନ୍ତଙ୍କ ଠାରୁ ପ୍ରାୟ ୪ ହଜାର ଅଧିକ। ତେବେ ଏବେ ବି ଇଟାଲୀ, ସ୍ପେନ୍ ଏବଂ ଚୀନରେ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ଆମେରିକାର ଅନ୍ୟାନ୍ୟ ରାଜ୍ୟ ଅପେକ୍ଷା ନ୍ୟୁୟର୍କରେ ମୃତ୍ୟୁସଂଖ୍ୟା ଓ ସଂକ୍ରମିତଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। ଜନ୍ ହପକିନସ୍ ଟ୍ରାକର୍ ଆକଳନ ଅନୁସାରେ, ଗୁରୁବାର ଶେଷ ସୁଦ୍ଧା ସମଗ୍ର ବିଶ୍ୱରେ ୫, ୩୨,୨୫୩ ଜଣ କୋରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ଏବଂ ୨୪, ୦୭୨ ଜଣଙ୍କର ମୃତ୍ୟୁ ଘଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ