କୋରୋନା ସଂକ୍ରମଣ ରୋକିବାକୁ ବନ୍ଦର ପ୍ରଶାସନିକ ଭବନ କୁ ପ୍ରବେଶ କଟକଣା

ପାରାଦ୍ୱୀପ, (ପିତବାସ ପ୍ରଧାନ):ସଂପ୍ରତି କୋରୋନା ସଂକ୍ରମିତଙ୍କ ବୃଦ୍ଧିକୁ ଦୃଷ୍ଟିରେ ରଖି ପାରାଦ୍ୱୀପ ବନ୍ଦର ପ୍ରଶାସନ ପକ୍ଷରୁ ପ୍ରଶାସନିକ ଭବନକୁ ଅବାଧ ପ୍ରବେଶ ଉପରେ ରୋକ୍ ଲଗାଯାଉଛି । ବନ୍ଦର କର୍ମଚାରୀ ମାନେ ସେମାନଙ୍କ ପରିଚୟ ପତ୍ର ଦେଖାଇ ଯାଞ୍ଚ ପରେ ପ୍ରଶାସନିକ ଭବନକୁ ପ୍ରବେଶ କରିବେ କିନ୍ତୁ ବାହାର ଲୋକଙ୍କ ପ୍ରବଶେ ଉପରେ କଟକଣା ଜାରି କରିଛି ବନ୍ଦର ପ୍ରଶାସନ । ତେବେ ବନ୍ଦରରେ ବିଭିନ୍ନ ବିଭାଗକୁ ଚିଠି କିମ୍ବା ଅନ୍ୟାନ୍ୟ କାଗଜ ପତ୍ର ପ୍ରବେଶ ପଥ ବାହାରେ ଥିବା ବକ୍ସ ମଧ୍ୟରେ ପକାଇବେ । ଯାହାକି ସଂପୃକ୍ତ ବିଭାଗକୁ ପଠାଯିବ । ଅନ୍ୟପକ୍ଷରେ ଜରୁରୀ କାର୍ଯ୍ୟରେ ଆସିଥିବା ବ୍ୟକ୍ତି ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ଠାରୁ ଅନୁମତି ପାଇଲେ ସେ ପ୍ରଶାସନିକ ଭବନରେ ଟ୍ରେନିଂ ଆଣ୍ଡ ଡେଭ୍‌ଲୋପମେଣ୍ଟ ସେଣ୍ଟର ରେ ନୂତନ ଭାବେ ଗଠନ କରାଯାଇଥିବା ସାକ୍ଷାତ ଗୃହରେ ସଂପୃକ୍ତ ଅଧିକାରୀଙ୍କୁ ଦେଖା କରି ନିଜର କାର୍ଯ୍ୟ ସମ୍ବନ୍ଧରେ ଅବଗତ କରାଇପାରିବେ । ଦୈନନ୍ଦିନ ଏହି ସାକ୍ଷାତ ଗୃହକୁ ସାନିଟାଇଜର ବ୍ୟବସ୍ଥା କରାଯାଇଛି । ସଂପ୍ରତି କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ସାମୁହିକ ସଂକ୍ରମଣ ପ୍ରତିହତ ପାଇଁ ସରକାରଙ୍କ ବିଭିନ୍ନ ଗାଇଡ୍‌ଲାଇନ୍ ସଠିକ୍ ଭାବେ ପାଳନ କରିବା ଦେଖିବାକୁ ମିଳୁଥିବା ବେଳେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏଙ୍କ ପ୍ରଚେଷ୍ଟାରେ ବନ୍ଦରାଞ୍ଚଳ ଓ ପ୍ରଶାସନିକ ଭବନରେ ପ୍ରବେଶ ଉପରେ କଟକଣା ଯୋଗୁଁ ସାମୁହିକ ସଂକ୍ରମଣ ଉପେର ନିୟନ୍ତ୍ରଣ ହୋଇପାରିବ ବୋଲି ଆଶା କରାଯାଏ । ତେବେ ବନ୍ଦରର ଏହି ପଦକ୍ଷେପ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ