କୋରୋନା ସଂକ୍ରମତି ପାଇଁ ଆଇଓସିଏଲଙ୍କୁ ଦାୟି କଲା ବିଜେଡି

ସଂକ୍ରମିତଙ୍କୁ ୧୦ଲକ୍ଷ ଓ ମୃତକଙ୍କ ପାଇଁ ୧କୋଟି କ୍ଷତିପୂରଣ ଦାବିକଲା ଦଳ

ପାରାଦ୍ୱୀପ, (ପୀତବାସ ପ୍ରଧାନ) : ପାରାଦ୍ୱୀପ ଅଞ୍ଚଳରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ସଂକ୍ରମଣ ବୃଦ୍ଧି ପଛରେ ଆଇଓସିଏଲ ଦ୍ୱାରା ନିଯୁକ୍ତ ନିର୍ମାଣକାରୀ ସଂସ୍ଥାମାନେ ଦାୟୀବୋଲି ଅଭିଯୋଗ କରିଛନ୍ତି ପାରାଦ୍ୱୀପ ନଗର ବିଜୁ ଜନତା ଦଳ ସଭାପତି ବସନ୍ତ ବିଶ୍ୱାଳ । ପାରାଦ୍ୱୀପ,ବିଜୟଚନ୍ଦ୍ରପୁର,ଉଦୟବିହାର ଏବଂ ହୋଟେଲ ଆଇଷ୍ଟ୍ରୋକ୍ରାଟ୍ ପ୍ରଭୃତି ଅଞ୍ଚଳର କୋରୋନା ପଜିଟିଭ ଚିହ୍ନଟ ପରେ ଏହା ସ୍ପଷ୍ଟ ହୋଇଛି । ଏହାପରେ ମଧ୍ୟ ଏଲ୍‌ଆଣ୍ଡଟି କମ୍ପାନୀ ପାରାଦ୍ୱୀପ ସହର ଅଞ୍ଚଳରେ ବାହାର ରାଜ୍ୟର ଶ୍ରମିକ ମାନଙ୍କୁ ଆଣି ରଖିଛି । ପୋସ୍କୋ ବିଲଡିଂ, ପଦ୍ମାହୋଟେଲ, ତାରିଣୀଗଡା ଅଞ୍ଚଳ, ପାରାଦ୍ୱୀପ ଗଡ ଅଞ୍ଚଳରୁ ସଙ୍କ୍ରମିତ ଚହ୍ନଟ ହେବା ଚିନ୍ତାଜନକ ବିଷୟ ବୋଲି ଦଳ ଅଭିଯୋଗ କରିଛି । ପାରାଦ୍ୱୀପରେ କୋରୋନା ସଂକ୍ରମଣ କରାଇଥିବା ଏଲ୍‌ଆଣ୍ଡଟି ଓ ଆଇଓସିଏଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ୧୧ଦଫା ଦାବୀପତ୍ର ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । କୋରୋନା ସଙ୍କ୍ରମଣ ବନ୍ଦ ନହେବା ପର୍ଯ୍ୟନ୍ତ ଆଇଓସିଏଲ ସମସ୍ତ ନିର୍ମାଣ କାର୍ଯ୍ୟ ଓ ମରାମତି କାର୍ଯ୍ୟ ସଟଡାଉନ କରିବା, ଏଲ୍‌ଆଣ୍ଡଟି କମ୍ପାନୀ ସମସ୍ତ କାର୍ଯ୍ୟ ଓ ସଂସ୍ଥାକୁ ପାରାଦ୍ୱୀପ ଅଞ୍ଚଳରେ କଳାତାଲିକାଭୁକ୍ତ କରିବା ସହ ସହରରୁ ବିତାଡିତ କରିବା, ପ୍ରବଳ ଜନଗହଳି ମଧ୍ୟରେ ଥିବା ଅଠରବାଙ୍କୀ ମାର୍କେଟ କମ୍ପେକ୍ସରେ କ୍ୱାରେନ୍‌ଟାଇନ୍ ସେଣ୍ଟର ବନ୍ଦ କରିବା, ହୋଟେଲ ଆଇଷ୍ଟ୍ରୋକାଟ୍ କୁ କଳା ତାଲିକାଭୁକ୍ତ କରିବା ସହ ସମ୍ପୁଣ୍ଣ ଲକଡାଉନ୍ କରିବା, ପାରାଦ୍ୱୀପରେ କୋରୋନା ସଂକ୍ରମଣ ପାଇଁ ଦାୟୀ ଆଇଓସିଏଲକୁ ୧୦୦କୋଟି ଟଙ୍କା ଆର୍ଥିକ ଦଣ୍ଡ କରିବା, ଏହି ଆଦାୟ ଅର୍ଥକୁ ଏ ଅଞ୍ଚଳରେ କୋରୋନା ମହାମାରୀ ମୁକାବିଲା ପାଇଁ ଖର୍ଚ୍ଚ କରିବା ସହ କୋରୋନା ଯୋଦ୍ଧାଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିବା, ଏ ଅଞ୍ଚଳର ସଂକ୍ରମତି ରୋଗିଙ୍କୁ ୧୦ଲକ୍ଷ ଓ ମୃତକଙ୍କୁ ୧କୋଟି ପ୍ରଦାନ କରିବା, ଆଇଓସିଏଲ, ଏଲ୍‌ଆଣ୍ଡଟି ଓ ଅନ୍ୟସଂସ୍ଥାମାନେ ପାରାଦ୍ୱୀପ, କୁଜଙ୍ଗ ଓ ଆଖପାଖ ଅଞ୍ଚଳକୁ ବିଶୋଧନ କରିବା ସହ ସମସ୍ତ ଅର୍ଥ ଖର୍ଚ୍ଚ କରିବା, ଆଇଓସିଏଲ ସମେତ ଅନ୍ୟ ସଂସ୍ଥା ବାହାର ରାଜ୍ୟରୁ ଶ୍ରମିକମାନଙ୍କୁ ଆଣିବା ବନ୍ଦ କରିବା, ପାରାଦ୍ୱୀପରୁ ସମସ୍ତ ବାହାର ରାଜ୍ୟରୁ ଆସିଥିବା ଶ୍ରମିକ ମାନଙ୍କୁ ବାହାର କରିବା ସହିତ ପୋସ୍କୋ ବିଲଡିଂକୁ ଖାଲି କରିବା, ଆଇଓସିଏଲ ଅଧିକାରୀ ଓ ଏଲ୍‌ଆଣ୍ଡଟି ଅଧିକାରୀଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବୀ କରିଛି । ଏହି ଦାବୀପତ୍ର ପ୍ରଦାନ ସମୟରେ ଦଳୀୟ ନେତା ଓ ନେତ୍ରୀମାନେ ଉପସ୍ଥିତ ରହି ଦାବୀ ପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ