କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦୀର୍ଘ ବର୍ଷ ପରେ ପାରଳାର ପ୍ରସିଦ୍ଧ ଦୋଳପୋଖରୀରୁ ମାଛ ଧରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଠାରେଥିବା ପ୍ରସିଦ୍ଧ ତଥା ପୁରାତନ ଦୋଳ ବନ୍ଧରୁ ଦୀର୍ଘ ବର୍ଷ ବ୍ୟବଧାନ ପରେ ପୌରପରିଷଦ ପକ୍ଷରୁ ମାଛ ଧରା ହୋଇଛି । ଏହି ପୋଖରୀ ଏକ ପୁରାତନ ପୋଖରୀ ହୋଇଥିବାବେଳେ ଏଠାରୁ ଦୀର୍ଘ ବର୍ଷ ହେବ କୌଣସି ଏକ ବିବାଦ ଯୋଗୁଁ ମାଛ ଧରା ହୋଇ ନ ଥିଲା କିମ୍ବା ଏହାର ସଫେଇ କାର୍ଯ୍ୟ ମଧ୍ୟ କରାଯାଇ ନଥିଲା । ଏହି ବିବାଦ ହାଇକୋର୍ଟରେ ଶୁଣାଣୀ ଚାଲୁ ରହିଥିବା ବେଳେ ପାରଳାଖେମୁଣ୍ଡି ପୌରପରିଷଦ ଅଧିନକୁ ପୋଖରୀଟି କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବର୍ତ୍ତମାନ ଆସିଛି । ପୌରପରିଷଦ ଅଧିନକୁ ଆସିବାପରେ ଏଠାରୁ ମାଛଧରା କାର୍ଯ୍ୟ ଆରମ୍ଭ ହୋଇ ଗୋଟିଏ ଦିନରେ ୫୫୦ କେଜି ମାଛ ଧରାଯାଇଛି । ମାଛ ଗୁଡିକ ଦୀର୍ଘ ବର୍ଷ ଧରି ପୋଖରୀରେ ରହିଥିଲା । ମାଛ ଗୋଟାକୁ ପ୍ରାୟ ୩କେଜିରୁ ୫/୭କେଜି ପର୍ଯ୍ୟନ୍ତ ଓଜନର ଧରା ହୋଇଥିବା ଜଣାପଡିଛି । ଏହି ମାଛ ଧରିବା ପାଇଁ ପୌରପରିଷଦ ପକ୍ଷରୁ ଲିଜ୍ ସୂତ୍ରରେ ଦିିଆଯାଇଛି । ମାଛ ଧରା ସହ ଏହି ପୁରାତନ ପୋଖରୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପୌରପରିଷଦ ପକ୍ଷରୁ ବର୍ତ୍ତମାନ ଆରମ୍ଭ ହେବ ବୋଲି ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଜଣାଇଛନ୍ତି । ଅନ୍ୟପକ୍ଷରେ ଏହି ମାଛ ଧରା ଯାଇଥିବାରୁ ବହୁ ମତ୍ସ୍ୟଜିବୀ ଏବଂ ମତ୍ସ୍ୟ ବବ୍ୟସାୟୀ ନିଜର ପେଟପାଟଣା ଚଳାଇବାକୁ ସକ୍ଷମ ହେବାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ