କୋର୍ଟରେ ଆଡ଼୍‌ବୋକେଟ୍ ଡେ : ଓକିଲାତି ଏକ ସମ୍ମାନ ଜନକ ପେଶା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସାଧାରଣ ଲୋକ ନ୍ୟାୟ ପାଇବା ପାଇଁ କାର୍ଯ୍ୟ କରିବା ସହ ସମାଜପାଇଁ ଉତ୍ସର୍ଗୀକୃତ ଓକିଲାତି ପେଶା ବୋଲି ଭୁବନେଶ୍ୱର ଓକିଲ ସଂଘର ସଭାପତି ନିର୍ମଳ କିଶୋର ରଥ କହିଛନ୍ତି । ଭୁବନେଶ୍ୱର କୋର୍ଟ ପରିସରରେ ଆଡ଼୍‌ବୋକେଟ୍ ଡେ ପାଳନ ଅବସରରେ ସେ କହିଥିଲେ ଯେ, ଏହି ପେଶା ଏକ ସମ୍ମାନ ଜନକ ପେଶା, ମହାତ୍ମା ଗାନ୍ଧୀ, ମଧୁ ବାବୁ ଓକିଲାତି ପେଶା ଆପଣାଇଥିଲେ । ଭାରତର ପ୍ରଥମ ରାଷ୍ଟପତି ରାଜେନ୍ଦ୍ର ପ୍ରସାଦ ଜଣେ ପ୍ରତିଷ୍ଠିତ ଓକିଲ ଥିଲେ । ତାଙ୍କ ଜନ୍ମ ତିଥିରେ ଆଡ଼୍‌ବୋକେଟ୍ ଡେ ପାଳନକରାଯାଏ । ସଂଘର ଉପସଭାପତି ଦେବୀଦତ ବାରକ୍‌ଙ୍କ ସଂଯୋଜନାରେ ସଂଘର ସମ୍ପାଦକ ରାଜ୍ କିଶୋର ଦାସ, ଯୁଗ୍ମ ସମ୍ପାଦକ ଅଶୋକ ବଡ଼ପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା ଓ କାର୍ଯ୍ୟକାରୀ କମିଟିର ସଭ୍ୟମାନେ ଉପସ୍ଥିତଥିଲେ । ଶେଷରେ ଆଇନଜୀବୀ ଲିଙ୍ଗରାଜ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ