କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ : ୬୪,୨୩,୧୬୬ ଟଙ୍କା ଜୋରିମାନା ଆଦାୟ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ସିଭିଲ କୋର୍ଟ ପରିସରରେ ତାଲୁକ ସେବା କମିଟି ଆନୁକୂଲ୍ୟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର,ସଵଜଜ୍ ବାସୁଦେବ ଆଚାର୍ଯ୍ୟ,ଏସଡିଜିଏମ ସ୍ମରଣିକା ପ୍ରଧାନ ଏବଂ ଜେଏମଏଫସି ମୋନିକା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ୧୪୨ ଟି ପଂଜିକୃତ ମାମଲା ମଧ୍ୟରୁ ୦୯ଟି ମାମଲାର ଫଇସଲା କରିଥିଲେ । ତନ୍ମଧ୍ୟରୁ ମାମଲାରୁ ୬୪,୨୩,୧୬୬ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା ।କାର୍ଯ୍ୟକ୍ରମରେ କୋର୍ଟ କର୍ମଚାରୀ ଲକ୍ଷ୍ମଣ ମାରାଣ୍ଡିଙ୍କ ସମେତ ଅନ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ ।