କୋର୍ଟ ଛକ ନିକଟସ୍ଥ ସାହୁ ଭବନରେ ଦୁର୍ବୁତ୍ତ ବାଧକଗୁଡ଼ିକ ପୋଡିଦେଲେ

ଜଗତସିଂହପୁର, (ଅନସୂୟା ରାଉତ) :-ଜଗତସିଂହପୁର ଥାନା ଅନ୍ତର୍ଗତ କୋର୍ଟ ଛକ ହନୁମାନ ମନ୍ଦିର ସମ୍ମୁଖ ସାହୁ ଭବନରେ ଦୁର୍ବୁତ୍ତ କେତୋଟି ବାଇକ୍ ପୋଡିଦେଇଛନ୍ତି । ଘଟଣାରୁ ଜଣାଯାଏ ଶତୃଘ୍ନ ସାହୁ ନିଜର ତିନି ମହଲା ବିଶିଷ୍ଟ ବାସଭବନରେ ନିଜେ ରୁହନ୍ତି । ଅନ୍ୟ ଘରଗୁଡ଼ିକ ଭଡାସୂତ୍ରରେ ଦେଇଛନ୍ତି । ଗତ କାଲି ବିଳମ୍ବିତ ରାତ୍ରିରେ ତଳମହଲାରେ ଥିବା ଗ୍ୟାରେଜ ଘରେ ରହିଥିବା ପାଞ୍ଚ ଛଅଗୋଟି ମୂଲ୍ୟବାନ ବାଇକଗୁଡିକୁ କେହି ଦୁର୍ବୁତ୍ତ ପେଟ୍ରୋଲ ପକାଇ ଜାଳିଦେଇଛନ୍ତି । ଏହି ଘଟଣା ନେଇ ଶ୍ରୀଯୁକ୍ତ ସାହୁ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ମଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ