କୋର୍ଟ ନିର୍ଦେଶକୁ ଅବମାନନାକରି ହାଜର ନହେବାରୁ ପୋଲିସ ନୋଟିସ ଦେଲା ସୟଦ ଇମ୍ରାନ ଅଲ୍ଲୀଙ୍କୁ
କେନ୍ଦ୍ରାପଡା : କୋର୍ଟଙ୍କ ନିର୍ଦେଶକୁ ଅବମାନନାକରି ଟାଉନ ଥାନା ଅଧିକାରୀଙ୍କ ନିକଟରେ ଉପସ୍ଥିତ ନହେବାରୁ ରବିବାର ଅପରାହ୍ନରେ ପୋଲିସ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି ଦିଲାରପୁରର ସୟଦ ଇମ୍ରାନ ଅଲ୍ଲୀ ଓରଫ ସପୋଙ୍କୁ । ଘଟଣାରୁ ପ୍ରକାଶ ଯେ ଏସଟିଏଫ ଥାନା କେଶ ନମ୍ବର ୧୨/୨୦୦୮ ଓ ଜିଆର କେଶ ନମ୍ବର -୧୦୦୫/୨୦୧୮ରେ ଟାଉନ ଥାନା ଅନ୍ତର୍ଗତ ଦିଲାରପୁର ଗ୍ରାମର ସୟଦ ଇମ୍ରାନ ଅଲ୍ଲୀ ଗିରଫ ହୋଇ ଜେଲରେ ଥିବା ବେଳେ ଓଡିଶା ଉଚ୍ଚ ନ୍ୟାୟାଳୟର ଏବିଏଲଏପିଏଲ ନମ୍ବର – ୧୬୩୪/୨୦୨୦ରେ ଜାମିନ ଆବେଦନ କରିଥିଲେ । ଉଚ୍ଚ ନ୍ୟ୍ୟାାଳୟଙ୍କ ନିର୍ଦେଶ ଅନୁଯାଇ ସୟଦ ଇମ୍ରାନ ଅଲ୍ଲୀ କେନ୍ଦ୍ରାପଡା ଏସଡିଜିଏମଙ୍କ କୋର୍ଟରେ ଆତ୍ମସମର୍ପଣ କରିବା ପରେ ଗତ ୨୫.୦୨.୨୦୨୦ରିଖରେ କେନ୍ଦ୍ରାପଡା ଏସଡିଜେଏମ ତାଙ୍କର ଜାମିନ ମଞ୍ଜୁର କରିବା ସହ ତାଙ୍କୁ ପ୍ରତ୍ୟକ ସପ୍ତାହରେ ଥରେଅର୍ଥାତ ପ୍ରତ୍ୟେକ ବୁଧବାର ଟାଉନ ଥାନା ଅଧିକାରୀଙ୍କ ନିକଟରେ ହାଜିରା ଦେବାକୁ ନିର୍ଦେଶ ଦେଇଥିଲେ । କିନ୍ତୁ ସେ ଅଦ୍ୟାବଧି ଟାଉନ ଥାନା ଅଧିକାରୀଙ୍କ ନିକଟରେ ଉପସ୍ଥିତ ନହେବା ଏବଂ ଅନୁପସ୍ଥିତର କୈାଣସି କାରଣ ନଜଣାଇବା ଯୋଗୁ ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ସୟଦ ଇମ୍ରାନ ଅଲ୍ଲୀ ଓରଫ ସପୋଙ୍କୁ ନୋଟିସ ସଂଖ୍ୟା ୫୪୮ ତା ୭.୦୩.୨୦୨୦ରେ ଏକ ନୋଟିସ ଇସୁ କରିଛନ୍ତି । ସେହି ନୋଟିସରେ ସପୋଙ୍କୁ ଟାଉନ ଥାନାରେ ହାଜିରା ଦେବାକୁ କୁହାଯାଇଛି ନଚେତ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନି ଦିଆଯାଇଛି । ସେହି ନୋଟିସକୁ ଆଜି ଅପରାହ୍ନରେ ଟାଉନ ଥାନା ସବଇନିସପେକ୍ଟର ଅର୍ନ୍ତଯ୍ୟାମୀ ବିଶ୍ୱାଳ ପୋଲିସ ଫୋର୍ସଙ୍କ ସହିତ ସପୋଙ୍କ ଦିଲାରପୁରସ୍ଥିତ ବାସଭନକୁ ଯାଇ ତାଙ୍କ ପତ୍ନୀ ସୟଦ ଫଜିଆ ଖାତୁନଙ୍କୁ ପ୍ରଦାନ କରିଛନ୍ତି ।


