କୋର୍ଟ ଷ୍ଟେସନ ସାହିରେ ପୋଲିସ୍ ଓ ଅବକାରୀ ବିଭାଗର ମିଳିତ ଚଢାଉ

ଛତ୍ରପୁର (ଦେବିଦତ୍ତ ମହାରଣା): ଛତ୍ରପୁର ଥାନା ଅନ୍ତର୍ଗତ କୋର୍ଟ ଷ୍ଟେସନ ସାହିର ଗୋଟିଏ ଘରୁ ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ୪୦ ଲିଟର ବିଦେଶି ମଦ ଓ ୩୦ ଲିଟର ଦେଶି ମଦ ଜବତ କରାଯାଇଛି । ଛତ୍ରପୁର କୋର୍ଟ ଷ୍ଟେସନ ସାହି ରେ ଥିବା ରମେଶ ଚନ୍ଦ୍ର ସାହୁ ଙ୍କ ଘରୁ ଗତକାଲି ରାତିରେ ଛତ୍ରପୁର ପୋଲିସ୍ ଚଢାଉ କରିି ମଦ ଜବତ କରିଥିବା ବେଳେ ସୋମବାର ଛତ୍ରପୁର ପୋଲିସ୍ ଓ ଅବକାରୀ ବିଭାଗର ମିଳିତ ଭାବେ ଚଢାଉ କରାଯାଇଛି । ମାଜିଷ୍ଟ୍ରଟ ଭାବେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ଓ ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନଙ୍କ ଉପସ୍ଥିତିରେ ଘର କବାଟ ଭାଙ୍ଗି ଘର ଭିତରୁ ୪୦.୭୯ ଲିଟର ବିଦେଶୀ ମଦ ଓ ୩୦ ଲିଟର ଦେଶି ମଦ ଜବତ କରାଯାଇଛି । ଛତ୍ରପୁର ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭତ୍ତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଷ୍ଟ୍ରାଇକିଙ୍କ ଫୋର୍ସର ଇନସିପେକ୍ଟର ପ୍ରୀତିଧାରା ନାୟକ, ଓଆଇସି ଦୁର୍ଯ୍ୟୋଧନ ଦିଗାଲ, ମୋବାଇଲ୍ ଟିମ୍ ର ଏସଆଇ ରବିନ୍ଦ୍ରନାଥ ବିଶ୍ୱାଳ ପ୍ରମୁଖ ରମେଶଙ୍କ ଘର ଉପରେ ଚଢାଉ କରି ଘର ର କବାଟ ଭାଙ୍ଗି ପ୍ରାୟ ୪୦ ହଜାର ଟଙ୍କାର ମଦ ଜବତ କରାଯାଇଥିବା ଛତ୍ରପୁର ଥାନାର ସବ ଇନସିପେକ୍ଟର ସିଲୁ ଧଳ ସୂଚନା ଦେଇଛନ୍ତି । ଏହି ଚଢାଉରେ ଛତ୍ରପୁର ଥାନାର ସବ ଇନିସିପେକ୍ଟର ସିଲୁ ଧଳଙ୍କ ସମେତ ବହୁ ପୋଲିସ୍ ଓ ଅବକାରୀ ବିଭାଗର କର୍ମଚାରୀ ମାନେ ସାମିଲ୍ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ