କୋର୍ଟ ହାଲ୍ଟ ରେଳଧାରଣା ତଳେ ଖୋଲିଲା ନୂଆ ପ୍ରବେଶ ପଥ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଦୀର୍ଘଦିନର ସମସ୍ୟା ଦୂର ହେଲା । ଟ୍ରେନ ଯିବା ସମୟରେ ଲୋକଙ୍କୁ ଆଉ ଫାଟକ ନିକଟରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ରେଳ ଧାରଣା ତଳେ ଖୋଲା ହେଲା ଏକ ପ୍ରବେଶ ପଥ । ଛତ୍ରପୁର କୋର୍ଟ ହାଲ୍ଟ ଷ୍ଟେସନ ଫାଟକ ନିକଟରେ ନିର୍ମାଣ ହୋଇଛି ଏହି ପ୍ରବେଶ ପଥ । ଶୁକ୍ରବାର ଏସଏସଇ ଅଧିକାରୀରାଜେଶ କୁମାର ହୋତା, ବି.ଭେଙ୍କଟ ରାଓ, ଦୁର୍ଗାମାଧବ ସାହୁଙ୍କ ଉପସ୍ଥିତିରେ ଏହି ପ୍ରବେଶ ପଥ ଜନସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ ହୋଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଓକିଲ ସଂଘ ରସଭାପତି ଶିବରାମ ରେଡ୍ଡି, ଶଙ୍କର ନେତ୍ରାଳୟର ଉପଦେଷ୍ଟା ତଥା ଆଇନଜୀବୀ ବି.ଶ୍ରୀନିବାସ ରାଓ, ୟୁଥ ମାସ ସେବା ସଂଘର ସମ୍ପାଦକ ସୟଦ ମୁକ୍ତାର, ସାମାଜିକକର୍ମୀ ରାଜେନ୍ଦ୍ର କୁମାର ସାହୁ ଓରାଙ୍ଗା ରାଓଙ୍କ ସମେତ ବହୁ ବୁଦ୍ଧିଜିବୀ ମାନେ ଉପସ୍ଥିତ ଥିଲେ । ଏହି ପ୍ରକଳ୍ପ କରାଇବାରେ ଜିଲ୍ଲା ପ୍ରଶାସନର ସହଯୋଗ ରହିଥିବାରୁ ରେଳ କର୍ତୃପକ୍ଷ କୃତଜ୍ଞତା ଜଣାଇଛନ୍ତି । ପାର୍ସେୟା ବାବୁ ଓ ତାଙ୍କ ଟିମ୍ ଏହି ପ୍ରକଳ୍ପ କରିଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ