କୋଲକାତାରେ ମାଗଣାରେ ମିଳୁଛି ‘କରୋନା’ ମିଠା ଓ କେକ

ଭୁବନେଶ୍ୱର : କରୋନା ଏବେ ସାରା ବିଶ୍ୱରେ ସିନା କୋକୁଆ ଭୟ ଖେଳାଇ ଦେଇଛି । ହେଲେ କୋଲକାତାର ମିଠା ବ୍ୟବସାୟୀ କରୋନା ଭୂତାଣୁ ଆକୃତିର ମିଠା ଓ କେକ ପ୍ରସ୍ତୁତ କରି ବେଶ ଚର୍ଚ୍ଚା ସୃଷ୍ଟି କରିଛନ୍ତି । ସଚେତନତା ସୃଷ୍ଟି ଲକ୍ଷ୍ୟରେ ମିଠା ବ୍ୟବସାୟୀ ଏଭଳି ପଦକ୍ଷେପ ନେଇଛନ୍ତି । ହିନ୍ଦୁସ୍ତାନ ସୁଇଟସ ହେଉଛି କରୋନାର ଲୋକାଦୃତ ମିଠା ଦୋକାନ । ଏହାର ଅନେକ ଗୁଡ଼ିଏ ଶାଖା ବି ରହିଛି । ଏନେଇ ହିନ୍ଦୁସ୍ତାନ ସୁଇଟସ ପକ୍ଷରୁ କୁହାଯାଇଛିଯେ, କରୋନା ସଦ୍ଦେଶ ବିକ୍ରି ପାଇଁ ଉଦ୍ଧିଷ୍ଟ ନୁହେଁ । ଗ୍ରାହକମାନଙ୍କୁ ଏହାକୁ ମାଗଣାରେ ଦିଆଯାଉଛି । ଏହି ଭୂତାଣୁ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏଭଳି କରାଯାଇଛି । ହିନ୍ଦୁସ୍ତାନ ସୁଇଟସ ଅତୀତରେ ବି ମଜାଦାର ସଦ୍ଦେଶ ପ୍ରସ୍ତୁତ କରି ଚର୍ଚ୍ଚିତ ହୋଇସାରିଛି । ଇଡେ଼ନ ଗାଡେର଼୍ନରେ ହୋଇଥିବା ପିଙ୍କ ବଲ ଟେଷ୍ଟ ଅବସରରେ ଏହି କମ୍ପାନୀ ପକ୍ଷରୁ ପିଙ୍କ ବଲ ସନେ୍ଦଶ ପ୍ରସ୍ତୁତ କରାଯାଇଥିଲା । ଏହି କରୋନା ସଦ୍ଦେଶ ପ୍ୟାକେଟରେ କରୋନାକୁ ରୋକିବା ପାଇଁ କ’ଣ କରାଯିବା ଉଚିତ କ’ଣ ନକରିବା ଉଚିତ ତାହା ବି ଉଲ୍ଲେଖ ରହିଛି ବୋଲି ଏହାର ମାଲିକ ରବୀନ ପାଲ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ