କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ ଦିଦିଙ୍କ ଉପରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ, (ଓ୍ୱାଇଏନ୍ଏସ୍): କୋଲକାତା ବ୍ରିଗେଡ ଗ୍ରାଉଣ୍ଡର ମହାସମାବେଶକୁ ସମ୍ବୋଧନ କରି ଦିଦିଙ୍କ ଉପରେ ବର୍ଷିଲେ ମୋଦି । ଜନତାଙ୍କୁ ସମ୍ବୋଧିତ କରି କହିଲେ ପରିବର୍ତନ ପାଇଁ ମମତା ସରକାରଙ୍କୁ ବାଛିଥିଲେ ବଙ୍ଗଳା ଜନତା । ହେଲେ ଲୋକଙ୍କ ସ୍ୱପ୍ନକୁ ଭାଙ୍ଗି ଚୁରମାର କରିଦେଲେ ଦିଦି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଥମ ଥର ପାଇଁ କୋଲକାତାର ବ୍ରିଗେଡ୍ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ମୋଦି କରିଛନ୍ତି ବିଶାଳ ଜନ ସମାବେଶ । ଏହି ସମାବେଶରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଶଙ୍ଖନାଦ କରିଛନ୍ତି ପ୍ରଧାନମନ୍ତ୍ରୀ । ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ବିଶାଳ ରାଲି କରି ମମତା ବାନାର୍ଜୀଙ୍କ ବିରୋଧରେ, ବିଜେପି ରଣହୁଙ୍କାର ଦେଇଛି । ମୋଦିଙ୍କ ରାଲିରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ବିଜେପି ପୂବ ର୍ରୁ ଦାବି କରିଥିଲା । ଆଉ ପ୍ରଧାନମନ୍ତ୍ରୀଙ୍କ ରାଲିରେ ମଧ୍ୟ ଜନସମୁଦ୍ର ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ