କୋଶମ୍ଭ-୨୦୨୫ ର ପଞ୍ଚମ ସନ୍ଧ୍ୟା

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଆ କଳା, ସଂସ୍କୃତି ଓ ସାମୁଦାୟିକ ଭାବନାକୁ ଏକ ଜୀବନ୍ତ ଉତ୍ସବରେ ପରିଣତ କରିପାରିଥିବା ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା କୋଶମ୍ଭ-୨୦୨୫ର ଆଜିଥିଲା ପଞ୍ଚମ ସନ୍ଧ୍ୟା I ଆଜିର ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ଅଧ୍ୟକ୍ଷା, ନୀଳଗିରି ଶ୍ରୀମତୀ ଶୁଭଲକ୍ଷ୍ମୀ ମାଝୀ, ମାନ୍ୟବର ଅଧ୍ୟକ୍ଷ, ରେମୁଣା ଶ୍ରୀ ରାଜେନ୍ଦ୍ର ରାଉତ, ମାନ୍ୟବର ଅଧ୍ୟକ୍ଷା ରେମୁଣା ଏନଏସି ଶ୍ରୀମତୀ ତନୁଜା ଗିରି, ରେମୁଣା ଜୋନ ୩୮ର ମାନ୍ୟବର ଜ଼ିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ବନ୍ଦିତା ନାୟକ ଓ ରେମୁଣା ଜୋନ ୩୭ର ମାନ୍ୟବର ଜ଼ିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ କଲ୍ୟାଣୀ ବାରିକ ଯୋଗଦାନ କରିଥିଲେ I ପ୍ରଦୀପ ପ୍ରଜ୍ବଳନ ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ମଂଚାସୀନ ଅତିଥିଙ୍କୁ ସମ୍ବର୍ଦ୍ଧିତ କରି ଥିଲେ I ଏହା ପରେ ଆଜିର ସନ୍ଧ୍ୟାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଥିଲା I ଜାତୀୟସ୍ତରର ଖ୍ୟାତିସମ୍ପନ୍ନ କଣ୍ଠଶିଳ୍ପୀ ନାଭ୍ୟା ଯାଇତି ଏବଂ ସତ୍ୟଜିତ ଓ ଶୁଭଶ୍ରୀ ଜେନା ବିସ୍ମୟକର ସଙ୍ଗୀତ ପରିବେଷଣ କରି ବାଲେଶ୍ୱରବାସୀଙ୍କୁ ଭେଟି ଦେଇଥିଲେ ଏକ ଅଭୂତପୂର୍ବ ଓ ସ୍ମରଣୀୟ ଅଭିଜ୍ଞତା। ଏହି ସଙ୍ଗୀତ ପ୍ରଦର୍ଶନୀରେ ଉଭୟ ଶାସ୍ତ୍ରୀୟ ଏବଂ ଆଧୁନିକ ହିଟ୍ ସଙ୍ଗୀତର ପ୍ରଭାବଶାଳୀ ଉପସ୍ଥାପନା ଦର୍ଶକଙ୍କ ମନକୁ ଛୁଇଁଥିଲା। ଏଥି ସହିତ ଗୋଟିପୁଅ ଓ ଛଉ ଲୋକନୃତ୍ୟକୁ ମଧ୍ୟ ଉପସ୍ଥିତ ଦର୍ଶକ ଖୁବ ଉପଭୋଗ କରିଥିଲେ I ବିଭିନ୍ନ ସାଂସ୍କୃତିକ ଷ୍ଟଲ ଓ ପ୍ରଦର୍ଶନୀକୁ ଦର୍ଶକମାନେ ଉପଭୋଗ କରୁଥିବାରୁ ଉତ୍ସବସ୍ଥଳୀ ବେଶ୍ ଜୀବନ୍ତ ହୋଇ ଉଠିଥିଲା। ପାରମ୍ପରିକ ହସ୍ତଶିଳ୍ପ ବିଭାଗରେ ରେକର୍ଡ ବିକ୍ରି ହୋଇଥିବା ବେଳେ ହସ୍ତଶିଳ୍ପୀମାନେ ସୂକ୍ଷ୍ମ ହସ୍ତତନ୍ତ ଉତ୍ପାଦ, ମାଟିପାତ୍ର ଏବଂ ସ୍ୱଦେଶୀ କଳାର ପ୍ରଦର୍ଶନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ