କୋଶମ୍ୱ-୨୦୨୪ ରେ ଅନୁଷ୍ଠିତ ହେଲା ସଡକ ସୁରକ୍ଷା ସମ୍ପର୍କିତ କର୍ମଶାଳା

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ଅପରାହ୍ନ ଘ. ୪.୩୦ ମି ସମୟରେ ସ୍ଥାନୀୟ ପୋଲିସ ଲାଇନ୍ ପଡିଆସ୍ଥ କୋଶମ୍ୱ-୨୦୨୪ ସମାରୋହ ପରିସର ପାର୍ଶ୍ଵ ସମ୍ମିଳନୀ କକ୍ଷରେ ଜିଲ୍ଳା ପ୍ରଶାସନ ପକ୍ଷରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆନୁକୂଲ୍ୟରେ ଛାତ୍ରଛାତ୍ରୀମାନଙ୍କୁ ନେଇ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ ମାଧ୍ୟମରେ ସଡ଼କ ସୁରକ୍ଷା ସଚେତନତା ଉପରେ ସଡକ ସୁରକ୍ଷା ସମ୍ପର୍କିତ ଅନେକ ଉପାଦେୟ ତଥ୍ୟ ରଖିଥିଲେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ରଶ୍ମି ରଞ୍ଜିତ ଦଳବେହେରା। ସଡକ ସୁରକ୍ଷା ଉପରେ ପୁରସ୍କାର ପ୍ରାପ୍ତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ପରେ ସଡକ ସୁରକ୍ଷା ସମ୍ପର୍କିତ ନିୟମ ଏବଂ ଅନ୍ୟାନ୍ୟ ଦର୍ଶାଯାଇଥିବା ତଥ୍ୟାବଳୀ ଉପରେ ଏକ କୁଇଜ୍ ପ୍ରତିଯୋଗିତା କରି ସଠିକ୍ ଉତ୍ତର ଦେଉଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ସ୍ୱରୂପ ହେଲମେଟ ପ୍ରଦାନ କରାଯାଇଥିଲା। ପରିଶେଷରେ ଆୟୋଜିତ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ କରକମଳରେ ପୂର୍ବରୁ ଅନୁଷ୍ଠିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ଲୋଗାନ ଏଵଂ ଚିତ୍ରାଙ୍କନ ତଥା ଜନସାଧାରଣଙ୍କ ମଧ୍ୟରେ ସ୍ଲୋଗାନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ୱରୂପ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ କୃତି ବ୍ୟକ୍ତିବିଶେଷଙ୍କୁ ୨୦୦୦/-, ୧୫୦୦/- ଓ ୧୦୦୦/- ଟଙ୍କା ଅର୍ଥରାଶି ସହ ହେଲମେଟ ପ୍ରଦାନ କରାଯାଇଥିଲା I ସେହି ଭଳି କୃତି ଛାତ୍ରଛାତ୍ରୀଙ୍କୁ ଟ୍ରଫି, ସାର୍ଟିଫିକେଟ ଏବଂ ହେଲମେଟ ପ୍ରଦାନ କରାଯାଇଥିଲା I ପୁରସ୍କାର ବିତରଣ ସମାରୋହରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ରଶ୍ମି ରଞ୍ଜିତ ଦଳବେହେରା ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ