କୋଷ୍ଟଗାର୍ଡ ପକ୍ଷରୁ କ୍ଷେତ୍ରୀୟ ସନ୍ଧାନ ଓ ଉଦ୍ଧାର ଅଭ୍ୟାସ
ପାରାଦୀପ,(ୱାଏନଏସ): ଓଡିଶା କୋଷ୍ଟଗାର୍ଡ ମୁଖ୍ୟାଳୟ ୭ ପାରାଦୀପ ପକ୍ଷରୁ ମଙ୍ଗଳବାର ସମୁଦ୍ର ଭିତରେ କ୍ଷେତ୍ରୀୟ ସନ୍ଧାନ ଓ ଉଦ୍ଧାର ଅଭ୍ୟାସ କାର୍ଯ୍ୟକ୍ରମ କରାଯାଇଥିଲା।ଏଥିରେ ଏନଡିଆରଏଫ, ଜିଲ୍ଲା ପ୍ରଶାସନ, ପାରାଦୀପ ବନ୍ଦର, କଷ୍ଟମ୍ସ, ନୌସେନା, ମେରାଇନ୍ ପୋଲିସ, ଓଡିଶା ପୋଲିସ, ସିଆଇଏସଏଫ, ମତ୍ସ୍ୟ ବିଭାଗ, ବନ ବିଭାଗ, ସ୍ବାସ୍ଥ୍ୟ ବିଭାଗ ପ୍ରତିନିଧି ମାନେ ସାମିଲ ହୋଇଥିଲେ।ସମୁଦ୍ର ମଧ୍ୟରେ ବିପଦରେ ଥିବା ଲୋକଙ୍କୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯାଏ ତା’ର କଳା କୌଶଳ କୋଷ୍ଟଗାର୍ଡ ଜବାନ ମାନେ କରି ଦେଖାଇ ଥିଲେ।ଏହାକୁ ସମୀକ୍ଷା କରିଥିଲେ କୋଷ୍ଟଗାର୍ଡ ଉପ ମହାନିରୀକ୍ଷକ ସଞ୍ଜୟ ନେଗୀ।ଆକାଶ ଓ ସମୁଦ୍ରରେ ବିପଦରେ ପଡିଥିବା ପ୍ରତିଟି ଜୀବନକୁ ସୁରକ୍ଷା ଦେବା ଆମର ମୌଳିକ କର୍ତ୍ତବ୍ୟ ବୋଲି ନେଗୀ କହିଥିଲେ।