କୋଷ୍ଟାଲ ହାଇୱେ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,   କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ଭୁବନେଶ୍ୱର ଠାରେ ଜାତୀୟ ରାଜପଥ ଓ ଭାରତୀୟ ଜାତୀୟ ରାଜପଥ କର୍ତୃପକ୍ଷ ଅଧିକାରୀଙ୍କ ସହ ରାଜ୍ୟରେ କ୍ରିୟାନ୍ୱୟନ ହେଉଥିବା ଜାତୀୟ ରାଜପଥ ପ୍ରକଳ୍ପ ଯଥା ଭାରତମାଳା ଯୋଜନାରେ କୋଷ୍ଟାଲ ହାଇୱେ ପ୍ରକଳ୍ପର ଅଗ୍ରଗତି, ଭୁବନେଶ୍ୱର ରିଙ୍ଗ୍ ରୋଡ୍ ପ୍ରକଳ୍ପ, ପାରାଦୀପ ଠାରୁ ବଡ଼ବିଲ ମଧ୍ୟରେ ପ୍ରସ୍ତାବିତ ୮ ଲେନ୍ ବିଶିଷ୍ଟ ଅର୍ଥନୈତିକ କରିଡର ଏବଂ ରାଜ୍ୟରେ ନିର୍ମାଣାଧୀନ ବିଭିନ୍ନ ରାଜପଥ ପ୍ରକଳ୍ପ ସହ ଆଗାମୀ ଦିନରେ ହେବାକୁ ଥିବା ପ୍ରକଳ୍ପ ଉପରେ ସମୀକ୍ଷା କରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ପରିକଳ୍ପନାରେ ପୂର୍ବ ଭାରତର ଭିତିଭୂମିର ବିକାଶ ହେବ ଏବଂ ପୂର୍ବ ଭାରତର ବିକାଶର କେନ୍ଦ୍ରବିନ୍ଦୁରେ ଓଡ଼ିଶା ରହିବ । ଏହି ସମୀକ୍ଷା ବୈଠକରେ ଉପରୋକ୍ତ ସମସ୍ତ ପ୍ରକଳ୍ପ କିଭଳି ନିର୍ଦ୍ଧାରିତ ସମୟରେ ଶେଷ ହେବ, ସେନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ