କୋଷ୍ଟ କେନାଲ ପୁନରୁଦ୍ଧାର କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା

ବାଲେଶ୍ୱର, (ସରୋଜ ପଣ୍ଡା):ଐତିହାସିକ କୋଷ୍ଟ କେନାଲର ପୁନରୁଦ୍ଧାର ପାଇଁ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ପୁନରୁଦ୍ଧାର ମଞ୍ଚର ପ୍ରତିନିଧି ଦଳ କେନ୍ଦ୍ର ଜାହାଜ, ବନ୍ଦର, ପରିବହନ, ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ସହ ଆଲୋଚନା କରିଛନ୍ତି । ଜାତୀୟ ଜଳପଥ ନଂ ୫ର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ତାଳଚେର ଠାରୁ ଧାମରା ପର୍ଯ୍ୟନ୍ତ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେଏହାର ଅଂଶବିଶେଷ ପଶ୍ଚିମବଙ୍ଗର ଗେଓଖାଲିଠାରୁ ଭଦ୍ରକର ଚାରବାଟିଆ ପର୍ଯ୍ୟନ୍ତ କୋଷ୍ଟ କେନାଲକୁ ତୃତୀୟ ପର୍ଯ୍ୟାୟରେ ପ୍ରାବଧାନ ଦିଆନଥିବା ପୁନରୁଦ୍ଧାର ମଞ୍ଚ କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ । ଏନେଇ ସାଂସଦ ଶ୍ରୀ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ସୋନୋୱ୍ୱାଲଙ୍କ ଠାରେ ଦୃଢ଼ ଦାବି ଉସ୍ଥାପନ କରିଥିଲେ । ତୃତୀୟ ପର୍ଯ୍ୟାୟ ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ଟେକ୍ନୋଫିଜିବିଲିଟି ରିପୋର୍ଟ ନିତ୍ୟାନ୍ତତ୍ତଆବଶ୍ୟକ ବୋଲି ସେ କେନ୍ଦ୍ରମନ୍ତ୍ରୀଙ୍କୁ କହିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ସୋନୋୱାଲ ଏନେଇ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ଫାଇଲ ପ୍ରସ୍ତୁତ ସହ ଉଚିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଲୋଚନା ବେଳେ କୋଷ୍ଟ କେନାଲ ପୁନରୁଦ୍ଧାର ମଞ୍ଚର ଆବାହକ ଶୁଭଙ୍କର ମହାପାତ୍ର, ସଂଯୋଜକ ବିଜୟଦାସ ଅଧିକାରୀ ଓ ତ୍ରିଭୁବନ ଦାସ ଉପସ୍ଥିତ ଥିଲେ । ଇଷ୍ଟକୋଷ୍ଟ କେନାଲର ପୁନରୁଦ୍ଧାର ହେଲେ ପଶ୍ଚିମବଙ୍ଗର ତମୁଲୁକ ଓ ମିଦିନାପୁର ଜିଲ୍ଲା ଏବଂ ଓଡ଼ିଶାର ବାଲେଶ୍ୱର ଓ ଭଦ୍ରକ ଜିଲାର ବାଣିଜ୍ୟିକ ବିକାଶ ସାଙ୍ଗକୁ ଲୋକେ ବହୁବିଧ ଲାଭ ପାଇପାରିବେ ବୋଲି ପୁନରୁଦ୍ଧାର ମଂଚର କର୍ମକର୍ତ୍ତା କହିଛନ୍ତି । ତୁରନ୍ତ ଏହାର ପୁନରୁଦ୍ଧାର ପାଇଁ ପଶ୍ଚିମବଙ୍ଗର ସାଂସଦ ଦିଲ୍ଲୀପ ଘୋଷ, ଶିଶିର ଅଧିକାରୀ, ଦିବ୍ୟେନ୍ଦୁ ଅଧିକାରୀ ଓ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ମଧ୍ୟ ଦାବି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ