କୌଶଲ୍ୟା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
ବନ୍ତ (ଯୁଗାଦ୍ଧ ନ୍ୟୁଜ୍) : ରାମପୁର ପଞ୍ଚାୟତ କୌଶଲ୍ୟା ସରକାରୀ ଉପ୍ରା ବିଦ୍ୟାଳୟର ୧୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ବାରିକ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶଶୀକଳା ବେହୁରିଆ, ମୁଖ୍ୟ ବକ୍ତା ଭାବେ ବାଲୁକେଶ୍ୱର ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନାତନ ପେଡି, ସମ୍ମାନୀତ ଅତିଥି ଭାବେ ସିଆରସିସି କରୁଣାକର ନାୟକ, ପ୍ରାକ୍ତନ ସିିଆରିସି ଅଭୟ କୁମାର ପ୍ରଧାନ, ସୁଧିର କୁମାର ରାଉତ, ଅବସରପ୍ରାପ୍ତ ଶିକ୍ଷକ ସୋମନାଥ ସୂତାର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଉଦୟନାଥ ଓଝା, ସମାଜସେବୀ ମାଳିରାମ ବେହୁରିଆ ଯୋଗ ଦେଇଥିଲେ । ଶିକ୍ଷକ ନରେନ୍ଦ୍ର କୁମାର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ , ଶିକ୍ଷକ ଅଶୋକ କୁମାର ଦାସ ବାର୍ଷିକ ବିବରଣୀ ପାଠ ଓ ଶିକ୍ଷକ ମନୋରଂଜନ ମଲ୍ଲିକ ଧନ୍ୟବାଦ ଅର୍ପଣକ କରିଥିଲେ । କଳା ଶିକ୍ଷକ ଅଶୋକ କୁମାର ପହିଙ୍କ ତତ୍ତ୍ୱାବଧାନରେ ତଥା କୁନିକୁନି ପିଲା ମାନଙ୍କ ଦ୍ୱାରା ପରିବେଶ ସୁରକ୍ଷା ନାଟକ ପରିବେଷଣ କରାଯାଇଥିଲା । ଦିବସ ବ୍ୟାପୀ କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ମନୋରମା ପାଢୀ, ଧରିତ୍ରୀ ନାୟକ, ପରିଚାଳନା କମିଟିର ସଭ୍ୟ ଅଶୋକ ମହାଳିକ, ନନ୍ଦ କିଶୋର ମଲ୍ଲିକ, ବାସନ୍ତୀ ବିଶ୍ୱାଳ, ତଅପୋଇ ମଲ୍ଲିକ ପ୍ରମୁଖ ସହାୟତା କରିଥିଲେ । ଏହି ଅବସରରେ କୃତୀ ଛାତ୍ରଛାତ୍୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।