କ୍ବାରେଣ୍ଟାଇନ୍‌ରେ ଏମ୍ସର ୪ ଡାକ୍ତର

ଭୁବନେଶ୍ବର : କ୍ବାରେଣ୍ଟାଇନ୍‌ରେ ରହିବେ ଭୁବନେଶ୍ବର ଏମ୍ସର ୪ଡାକ୍ତର । ବାଧ୍ୟତାମୂଳକ ଭାବରେ ୪ ଡାକ୍ତରଙ୍କୁ କ୍ବାରେଣ୍ଟାଇନ୍‌ରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ୪ ଡାକ୍ତର ଜଣେ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭରଙ୍କର ଚିକିତ୍ସା କରିଥିଲେ । ଉକ୍ତ ଡ୍ରାଇଭର ଜଣକ କରୋନା ପଜିଟିଭ୍‌ ସାବ୍ୟସ୍ତ ହେବା ପରେ ୪ ଡାକ୍ତରଙ୍କୁ କ୍ବାରେଣ୍ଟାଇନ୍‌ରେ ପଠାଯାଇଛି । ଏହା ବ୍ୟତିତ ଦୁଇ ଜଣ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ