କ୍ବାରେଣ୍ଟାଇନ୍‌ ସେଣ୍ଟରରେ ମହିଳାଙ୍କୁ ଗଣଦୁଷ୍କର୍ମ

ପାଟନା : ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରାଯାଇଥିବା ସମୟରେ ମଧ୍ୟ ମହିଳା ମାନେ ସୁରକ୍ଷିତ ନୁହନ୍ତି । ବିହାରର ଏକ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଏଭଳି ଏକ ଦୁଷ୍କର୍ମ ଘଟଣା ସମ୍ମୁଖକୁ ଆସିଛି । ୧୮ ବର୍ଷୀୟ ଯୁବତୀ ଜଣକ କ୍ବାରେଣ୍ଟାଇନ୍‌ ସେଣ୍ଟର ବାହାରେ ବୁଲୁଥିବା ବେଳେ ୬ ଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ବିହାରର ରୋହତାସ୍‌ରେ ଏହି ଘଟଣା ଘଟିଛି । ବୁଧବାର ରାତିରେ ଏହି ଘଟଣା ଘଟିଥିଲା । ୬ ଯୁବକଙ୍କ ମଧ୍ୟରୁ ଦୁଇ ଜଣ କ୍ବାରେଣ୍ଟିନ୍‌ ସେଣ୍ଟରରେ ରହୁଥିବା ବେଳେ ନିଜ ଗ୍ରାମର ଅନ୍ୟ ୪ ଜଣଙ୍କୁ ସେମାନେ ଫୋନ୍‌ କରି ଡକାଇଥିଲେ । ୬ ଅଭିଯୁକ୍ତ ବିଜୟ ଯାଦବ, ସୁରେଶ ଯାଦବ, ମୁକେଶ ଯାଦବ, ଚଞ୍ଚଲ ଯାଦବ, ଅମିତ ପାଶ୍ବାନ ଏବଂ ଚୁଲି ପାଶ୍ବାନଙ୍କୁ ଏହି ଘଟଣା ପରେ ଗିରଫ କରାଯାଇଥିବା ନେଇ ରୋହତାସ ଏସ୍‌ପି ସତ୍ୟବୀର ସିଂ ସୂଚନା ଦେଇଛନ୍ତି । ଡାକ୍ତରୀ ପରୀକ୍ଷା ପାଇଁ ଯୁବତୀଙ୍କୁ ସାସାରାମ ସଦର ହସ୍ପିଟାଲକୁ ପଠାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ