କ୍ବାରେଣ୍ଟାଇନ୍ ସେଣ୍ଟର୍ ରେ ପ୍ରବାସୀ ମହିଳାଙ୍କ ସହ ସେଲ୍ଫି ଫଟୋ ଭାଇରାଲ୍

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କରୋନା ମହାମାରୀ ମୁକାବିଲା ନିମନ୍ତେ ସରକାର ଓ ପ୍ରଶାସନ ସ୍ତରରେ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଲୋକଙ୍କୁ ସଚେତନ କରିବା ସହ କୋଭିଡ୍‌ ନିୟମକୁ ମାନିବାକୁ କୁହାଯାଉଛି। ହେଲେ କନ୍ଧମାଳଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁର ଏକ କ୍ବାରାଣ୍ଟିନ ସେଣ୍ଟରରେ ରହୁଥିବା ଜଣେ ପ୍ରବାସୀ ଯୁବତୀଙ୍କ ସହ ୨ ଜଣ ସରକାରୀ ଅଧିକାରୀ ସବୁ ନିୟମକୁ ଭାଙ୍ଗି ସେଲ୍‌ଫି ନେବା ଘଟଣା ମୁଖ୍ୟ ଆଲୋଚନାର ବିଷୟ ହୋଇଛି। ସେଲ୍‌ଫି ନେବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ କ୍ବାରାଣ୍ଟିନ କେନ୍ଦ୍ରଗୁଡିକରେ ସବୁ କିଛି ଠିକ୍‌ଠାକ୍ ଚାଲିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।ପ୍ରବାସୀ ଯୁବତୀଙ୍କ ସହ ସେଲ୍‌ଫି ନେଇ ଥିବା ୨ ସରକାରୀ ବାବୁ ହେଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଓ ଅନ୍ୟ ଜଣକ ହେଲେ କ୍ବାରାଣ୍ଟିନ କେନ୍ଦ୍ରର ନୋଡାଲ ଅଧିକାରୀ ନିରଞ୍ଜନ ନାୟକ। କନ୍ଧମାଳରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ପ୍ରଶାସନ ସଟ୍‌ଡାଉନ୍‌ଠାରୁ ଆରମ୍ଭ କରି କଡା କଟକଣା ଜାରି କରିଛନ୍ତି। ହେଲେ ଏଭଳି ସମୟରେ ୨ ଜଣ ସରକାରୀବାବୁ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିବା ଏବଂ ସାମାଜିକ ଦାୟିତ୍ବ ଭୁଲି ଗୋଷ୍ଠୀ ସଂକ୍ରମଣ ଆଶଙ୍କା ସୃଷ୍ଟି କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏ ନେଇ ଫଟୋ ଭାଇରାଲ୍‌ ହେବା ପରେ ପ୍ରଶାସନ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଏଭଳି କାମ କରି ୨ ଅଧିକାରୀ ଫସିଥିବା ବେଳେ ତଦନ୍ତ କରାଯାଇ ସତ୍ୟାସତ୍ୟ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ.ନୂଆଗାଁ ବିଡିଓ ମନୋଜ କୁମାର ତ୍ରିପାଠୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ