କ୍ବାରେନଟାଇନ କେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ଅଭିଯୋଗ କଲେ ଅନ୍ତେବାସୀ
କୋଦଳା, (ଗୁଲସନ କୁମାର କର):ବେଗୁନିଆପଡା ବ୍ଲକ ମଠ ସରସିଙ୍ଗି ପଞ୍ଚାୟତ ଅନ୍ତର୍ଗତ ମଠବ୍ରହ୍ମପୁର ସଂଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଏକ ଅଭିଯୋଗ ଭିଡିଓ ଭାଇରଲ ହେବାରେ ଲାଗିଛି। ଏଥିରେ ସେମାନେ ଅଭିଯୋଗ କରିଛନ୍ତି ଯେ ୭ ଦିନର କ୍ବାରେନଟାଇନ ଅବଧି ବଢିବା ପରେ କୌଣସି ପ୍ରକାରର ସୁବିଧା ସୁଯୋଗ ମିଳୁନାହିଁ। ପ୍ରବାସୀଙ୍କ କହିବା ଅନୁଯାୟୀ ସରକାର ସେମାନଙ୍କ ପାଇଁ ଉଚିତ୍ ଅର୍ଥ ଦେଉଥିବା ବେଳେ ଅଭିଯୋଗ କଲେ କେହି ବି ଗୁରୁତ୍ୱାରୋପ କରୁନାହାନ୍ତି। ଏପରିକି ନୋଡାଲ ଅଫିସର ଓ ସରପଞ୍ଚଙ୍କୁ ଆକ୍ଷେପ କରି କ୍ଷୋଭ ପ୍ରକାଶ କରିଛନ୍ତି। ଯଦି କେହି ସେମାନଙ୍କ କଥା ନ ଶୁଣନ୍ତି ତାହେଲେ କ୍ବାରେନଟାଇନ ସେଣ୍ଟର ଛାଡି ଚାଲିଯିବେ ବୋଲି କହିଛନ୍ତି। ଏନେଇ ନୋଡାଲ ଅଫିସର ଦୁର୍ଯ୍ୟୋଧନ ସେଠୀଙ୍କୁ ଯୋଗାଯୋଗ କରିବାରୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି ବୋଲି ସେ ମତ ପ୍ରକାଶ କରିଛନ୍ତି। ଏଠି ପ୍ରକୃତରେ କିଏ ସତ କହୁଛି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି?


