କ୍ବାରେନଟାଇନ ଟଙ୍କା ପାଇଁ ପୁଣି ମଠସରସିଙ୍ଗି ପଞ୍ଚାୟତ ଘେରାଉ
କୋଦଳା, (ଗୁଲସନ କୁମାର କର):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ମଠସରସିଙ୍ଗି ଗ୍ରାମ ପଞ୍ଚାୟତର ଲୋକମାନେ କ୍ବାରେନଟାଇନ ଟଙ୍କା ନ ମିଳିବାକୁ ନେଇ ସୋମବାର ଦିନ ବାଦପଲ୍ଲୀ ସ୍ଥିତ ନ୍ୟାୟବ ସରପଞ୍ଚ ସୁଜ୍ଞାନୀ ସ୍ବାଇଁଙ୍କ ଘର ସମ୍ମୁଖରେ ଘେରାଉ କରିବା ସହ ମଠସରସିଙ୍ଗି ପଞ୍ଚାୟତ ମଧ୍ୟ ଘେରାଉ କରି ପାଟିତୁଣ୍ଡ କରିଥିଲେ। ଏଥିସହ ନ୍ୟାୟବ ସରପଞ୍ଚ ଙ୍କ ମନମୁଖୀ କାର୍ଯ୍ୟ ଉପରେ ଜନସାଧାରଣ ଖୁବ୍ଧ ପ୍ରକାଶ କରି ବିଭିନ୍ନ ଦାବି ମଧ୍ୟ ରଖିଥିଲେ । ପ୍ରକାଶ ଥାଉକି ଯେ ଗତ ବୁଧବାର ଦିନ ବାଦପଲ୍ଲୀ ସ୍ଥିତ ଘରକୁ ପଂଚାୟତବାସୀ ଘେରାଉ କରିବାକୁ ନେଇ ସେଠାରେ କୋଦଳା ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ସେଠାରୁ ଲୋକମାନେ ଓହରି ଥିଲେ କିନ୍ତୁ ପୁଣି ପ୍ରତିଶୃତି ଦେବା ଅନୁଯାୟୀ ସରକାର ଘୋଷଣା କରିଥିବା ପ୍ରବାସୀ ଓଡ଼ିଆଙ୍କ କ୍ବାରେନଟାଇନର ୨ ହଜାର ଟଙ୍କା ସୋମବାର ଦିନ ନ ମିଳିବାକୁ ନେଇ ଲୋକମାନେ ତାତି ଉଠିଥିଲେ ପୁଣି କୋଦଳା ପୋଲିସ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା।