କ୍ରମାଗତ ଚତୃର୍ଥ ବର୍ଷରେ ପାରାଦ୍ୱୀପ ବନ୍ଦରର ୧୦୦ଏମଏମଟି ପଣ୍ୟ କାରବାର

ପାରାଦୀପ, (ପୀତବାସ ପ୍ରଧାନ):ପାରାଦୀପ ବନ୍ଦର କ୍ରମାଗତ ଚତୃର୍ଥ ବର୍ଷରେ ୧୦୦ ମିଲିୟନ୍ ମେଟ୍ରିକ ଟନ (ଏମଏମଟି) ପଣ୍ୟ କାରବାର କରି ଏକ କିର୍ତୀମାନ ସ୍ଥାପନ କରିଛି । କୋଭିଡ ୧୯ ସଙ୍କଟ ସତ୍ୱେ, ଏହା ପୁଣି ଥରେ ୧୦୦ ଏମଏମଟିର ଲକ୍ଷ୍ୟ ଅତିକ୍ରମ କରି ଚଳିତ ଆର୍ଥିକ ବର୍ଷ ଫେବୃଆରୀ ୨୧ ତାରିଖ ମଧ୍ୟରେ ୧୦୦.୩୦ ଏମଏମଟିର ପଣ୍ୟ କାରବାର କରି ପୂଣ୍ଣର୍ବାର ୧୦୦ ମିଲିୟନ କ୍ଲବରେ ସାମିଲ ହୋଇଛି । ବନ୍ଦରର ୨ଟି ବର୍ଥ ଯାନ୍ତ୍ରିକରଣ କାର୍ଯ୍ୟ ହେତୁ ଅଚଳ ଏବଂ କୋଭିଡ-୧୯ ସଙ୍କଟ ସତ୍ୱେ ଏହି କିର୍ତୀମାନ ସ୍ଥାତିତ ହୋଇ ପାରିଛି । ଉପରୋକ୍ତ କ୍ରିର୍ତୀମାନ ପାଇଁ ବନ୍ଦର ଅଧ୍ୟକ୍ଷ ବିନିତ କୁମାର ଉପଭୋକ୍ତା ଶିଳ୍ପ, ଷ୍ଟିଭେଡରସ୍‌, ଷ୍ଟିମର ଏଜେଂଟ ପ୍ରମୁଖଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏତଦ୍ ବ୍ୟତୀତ ବନ୍ଦର କର୍ମଚାରୀ, ଅଧିକାରୀ, କେନ୍ଦ୍ର ବନ୍ଦର, ଜଳପଥ ଓ ପରିବହନ ଓ ମନ୍ତ୍ରାଳୟ ଓଡିଶା ରାଜ୍ୟ ସରକାର, ଭାରତୀୟ ରେଳ, କନଷ୍ଟ୍ରକସନ, ଇମିଗ୍ରେସନ ବିଭାଗ, ଡଗ ସେପ୍ଟି, ଏମଏମଡି ଏବଂ ସମସ୍ତ ସେବା ପ୍ରଦାନକାରୀ, ଟରମିନାଲ ଅପରେଟର୍ସ ପ୍ରମୁଖ ସେମାନଙ୍କର ସହେଯାଗ ପାଇଁ ଅଧ୍ୟକ୍ଷ ଶ୍ରୀ ବିନିତ କୁମାରଙ୍କୁ ପ୍ରସଂଶା କରିବା ସହ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ