କ୍ରମାଗତ ଭାବେ ସେଞ୍ଚୁରିୟନ ପବ୍ଲିକ ସ୍କୁଲର ଛାତ୍ରୀଙ୍କ ୫ମ ଥରପାଇଁ ସଫଳତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପଠାଣି ସାମନ୍ତ ପ୍ଲାନିଟୋରୀୟମ ସହ ଟାଟା ଷ୍ଟିଲର ମିଳିତ ଭାବରେ ଯୁବ ଜ୍ୟୋତିର୍ବିଜ୍ଞାନ ପ୍ରତିଭା ସନ୍ଧାନର ୧୫ତମ ସଂସ୍କରଣ ଏକ ପ୍ରତିଯୋଗିତା ଚଳିତ ମାସ ୧୨ ଓ ୧୩ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ଭର୍ଚୁଆଲ ମାଧ୍ୟମରେ ହୋଇଥିବା ବେଳେ ପ୍ରତିଯୋଗୀ ମାନଙ୍କୁ ବ୍ୟକ୍ତିଗତ ସାକ୍ଷାତକାର ମାଧ୍ୟମରେ ବିଶେଷଜ୍ଞମାନଙ୍କ ଏକ ଚୟନ ଦଳ ମୂଲ୍ୟାୟନ କରିଥିଲେ । ଏଥିରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଠାରେ ଥିବା ସେଞ୍ଚୁରିୟନ ପବ୍ଲିକ ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ନିରୂପମା ପଟ୍ଟନାୟକ ବରିଷ୍ଠ ବିଭାଗରେ ଓ କନିଷ୍ଠ ବିଭାଗରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ବିରଜା ଜେନା ସଫଳତାର ସହିତ ଗ୍ରାଣ୍ଡ ଫାଇନାଲରେ ବିଜୟୀ ହାସଲ କରିଛନ୍ତି । କ୍ରମାଗତ ଭାବରେ ପଞ୍ଚମ ଥର ପାଇଁ ଯୁବ ଜ୍ୟୋତିର୍ବିଜ୍ଞାନ ପ୍ରତିଭା ସନ୍ଧାନରେ ସେଞ୍ଚୁରିୟନ ପବ୍ଲିକ ସ୍କୁର ଛାତ୍ରୀ ସଫଳତାର ସହ ବିଜୟ ହାସଲ କରିଥିଲେ । ଏହା ସେଞ୍ଚୁରିୟନ ପବ୍ଲିକ୍ ସ୍କୁଲ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ ଥିଲା ବୋଲି ଅଧ୍ୟକ୍ଷା ସୁନିତା ପାଣିଗ୍ରାହୀ କହିଛନ୍ତି । ଏହା ସହ ସଫଳତା ହାସଲ କରିଥିବା ଛାତ୍ରୀ ନିରୁପମା ପଟ୍ଟନାୟକ ଓ ବିରଜା ଜେନାଙ୍କୁ ଅଧ୍ୟକ୍ଷା ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ