କ୍ରାନ୍ତି ଦିବସ ଉପଲକ୍ଷେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପବିତ୍ର ଅଗଷ୍ଟ ୯କ୍ରାନ୍ତି ଦିବସ ଉପଲକ୍ଷେ କେନ୍ଦ୍ରାପଡାର ଗରାପୁର ଡାକବଙ୍ଗଳା ଛକସ୍ଥିତ ଗାନ୍ଧୀ ମୂର୍ତ୍ତି ଓ କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ପୁରୁଣା ବସଷ୍ଟାଣ୍ଡ, ଇଛାପୁର ଆର.ଡି ଅଫିସ ଛକ, ଭାସ୍କର ଟକିଜ ସନ୍ନିକଟ ଓ କଂଗ୍ରେସ ଭବନ ସ୍ଥିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଅବସରରେ ମହାତ୍ମା ଗନ୍ଧୀଙ୍କ କର ବା ମର ଆହ୍ୱାନକୁ ସ୍ମରଣ କରିବା ସହ ରାଜ୍ୟ ତଥା ଦେଶର ପୁନଃ ନିର୍ମାଣ ପାଇଁ ଶପଥ ଗ୍ରହଣ କରାଯାଇଥିଲା । ପୁର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ସାମ୍ବିଧାନିକ ତଥା ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପାଇଁ ଦେଶବାସୀ ଆଉ ଏକ ମହାସଂଗ୍ରାମ ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ । ନିଖିଳ ଭାରତ କଂଗ୍ରେସ କମିଟି ଆହ୍ୱାନରେ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ଭାରତ ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରସ୍ତାବିତ ସ୍ୱାଧିନତା ସ୍ମାରକୀ ପଦଯାତ୍ରା ସଫଳତାର ସହ କାର୍ଯ୍ୟକାରୀ କରିବାକୁ ଶ୍ରୀ ବେହେରା କଂଗ୍ରେସ କର୍ମୀମାନଙ୍କୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ପ୍ରଫୁଲ ଦାସ, ଆକବର ଅଲ୍ଲୀ, ପ୍ରଦୀପ ମହାନ୍ତି, ମୁକ୍ତାର ଖାଁ, ଚିତ୍ରସେନ ପରିଡା, ସଂଜୟ ରାଉତ, ଯୁବକଂଗ୍ରେସ ନେତା ରତିକାନ୍ତ ସାମଲ, ଧରଣୀ ଧର ସୁଆର, ନଳୀନି କାନ୍ତ ମହାନ୍ତି, ନରେଶ ଜେନା, ରଜନୀ କାନ୍ତ ନାୟକ, ଗୌତ୍ତମ ପ୍ରଧାନ, ଶେଖ୍ ସରାଫତ, ଶେଖ୍ ହବୋ, ଶେଖ୍ ବାବୁ ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ