କ୍ରାନ୍ତି ଯୁବ ଛାତ୍ର ସଂଘର ଅଭିଯୋଗ
ଛତ୍ରପୁର : ଗଂଜାମ ଜିଲ୍ଲାର ସଦର ମହକୁମା ହେଲା ଛତ୍ରପୁର ସହର ଏଠାକାର ସୁନ୍ଦର ପ୍ରାକୃତିକ ପରିବେଶ ଜଳବାୟୁ ଲାଗି ବ୍ରିଟିଶ ଶାସନ ସମୟରୁ ହିଁ ଏହା ପ୍ରମୁଖ ସହର ରୁପେ ରହିଆସିଛି। ହେଲେ ବର୍ତ୍ତମାନ ଛତ୍ରପୁର ଏନ୍ଏସିକୁ ସରକାରଙ୍କ ପକ୍ଷରୁ ଯେଉଁ ତୁଳନାରେ ସଫେଇ ଆଉ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ଚାଲିଛି ସେ ତୁଳନାରେ କାମ ହୋଇପାରୁନାହିଁ। ଠିକାଦାରଙ୍କ ଦ୍ୱାରା ସଫେଇ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ଚାଲିଛି ହେଲେ କେଉଁଠି ବି ସଫେଇ ହୋଇପାରୁନାହିଁ। ସବୁ ସାହି ଗଳି ଦୋକାନ ବଜାର ଛକରେ କୁଢ଼ କୁଢ଼ ଆବର୍ଜନାର ଭଣ୍ଡାର ଖୋଲା ହୋଇଛି। ନାଳ ଗୁଡିକ ଏତେ ନିମ୍ନ ମାନର ନିର୍ମାଣ କାର୍ୟ୍ୟ ହୋଇଛି ଯେ କେଉଁଠି ଭାଙ୍ଗି ଯାଇଛି ତ କେଉଁଠି ଅର୍ଧଭଗ୍ନ ଅବସ୍ଥାରେ ଅଛି ଆଉ କେଉଁଠି ନାଳ ଗୁଡିକ ବର୍ଷ ବର୍ଷ ହେଲା ଅଧଃପନ୍ତରିଆ ହୋଇ ପଡ଼ିରହିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଛତ୍ରପୁର କ୍ରାନ୍ତି ଯୁବ ଛାତ୍ର ସଂଘର ସଭାପତି ଇଜୁଆମିନ୍ ଖାନ୍ ଅଭିଯୋଗ କରିଛନ୍ତି । ଏହାସହିତ ସହରର ଅନେକ ନାଳ ନର୍ଦ୍ଦମା ଦୃରଵସ୍ଥାରେ ପଡ଼ିରହିଛି କଲେକ୍ଟର ବଙ୍ଗଳା ଠାରୁ ଏସପି ବଙ୍ଗଳା ଆଉ ପିଡି ବଙ୍ଗଳା ଠାରୁ ଷ୍ଟେସନରୋଡ ବଜାରର ବିଭିନ୍ନ ଛକ ଆଉ ପର୍ୟ୍ୟନ୍ତ ପ୍ରାୟ ସବୁ ନାଳ ପୋତି ହୋଇଗାଲାଣି ସଫେଇ ଠିକ୍ ସେ ନ ହେବାଲାଗି ପ୍ରାୟ ସବୁ ନାଳ ଚକ୍ ହୋଇ ଓଭରଫ୍ଲୋ ହେବାକୁ ଲାଗୁଛି। ବର୍ଷା ହେଲେ ଆବର୍ଜନା ରାସ୍ତା ଉପରେ ଭାସୁଛି। ଦିନ ଦିନ ଧରି କଚଡା ସଫା ନ ହେଵାରୁ ବିଭିନ୍ନ ସ୍ଥାନରେ ପଚିଷୋଢି ଦୃଗନ୍ଦ ହେଉଛି ସାଧାରଣ ଲୋକ ଅଭିଯୋଗ କରୁଛନ୍ତି । ରୋଡ ରାସ୍ତା କାମରେ ଛତ୍ରପୁର ଏନ୍ଏସିର ଇଂଜିନିୟରିକୁ ସାବାସ ଦେବାକୁ ପଡ଼ିବ ଏଭଳି କାମ ହୋଇଛି ଯେ ସହରରେ ବିଭିନ୍ନ ସ୍ଥାନରେ ରୋଡ ଉପରେ ପାଣି ଜମି କି ରହୁଛି ଯାହାଫଳରେ ସାଧାରଣ ଲୋକ ସମସ୍ୟା ଭୋଗୁଛନ୍ତି ବୋଲି ମଧ୍ୟ ସେ କହିଛନ୍ତି । ସାଧାରଣତରେ ପ୍ରଶ୍ନ ଉଠୁଛି ଯେ ଛତ୍ରପୁର ସହର ଜିଲ୍ଲାର ପ୍ରମୁଖ ସହର ଥିବା ବେଳେ ଏଠି ଜିଲ୍ଲାର ସବୁ ପ୍ରମୁଖ ଅଫିସର ରହୁଥିବା ସତ୍ତ୍ୱେ ଏତେ ଵେଖାତିର ନିମ୍ନ ମାନର କାମ ଆଉ ସ୍ଵଚ୍ଛତା ସଫେଇ ପ୍ରତି ଅବହେଳା କିଭଳି ହୋଇ ପାରୁଛି ଏହା ସବୁଠାରୁ ବଡ଼ ପ୍ରଶ୍ନ ଛିଡ଼ା କରୁଛି ଛତ୍ରପୁର ବାସିଙ୍କ ପାଇଁ ବୋଲି ଆଜି ସଂଘର ସଭାପତି ଅଭିଯୋଗ ବାଢିଛନ୍ତି । ଆଗାମୀ ଦିନରେ ଛତ୍ରପୁର ସହରର ବିକାଶ ଦିଗରେ ପରିଚାଳନା ଯଦି ଠିକ ନହୁଏ ତାହେଲେ ରାସ୍ତା କୁ ଓଲେଇବ ବୋଲି ସଂଘ ସଭାପତି ଚେତାବନୀ ଦେଇଛନ୍ତି।