କ୍ରାନ୍ତି ଯୁବ ଛାତ୍ର ସଂଘ ପକ୍ଷରୁ ରକ୍ତଦାନ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):କ୍ରାନ୍ତି ଯୁବ ଛାତ୍ର ସଂଘ ପକ୍ଷରୁ ଅସନ୍ତା ୧୪ ତାରିଖ ଦିନ ଛତ୍ରପୁର ସ୍ଥାନୀୟ ସରକାରୀ ହସ୍ପିଟାଲରେ ଏକ ସେଚ୍ଚାକୃତ ରକ୍ତଦାନ ଶିବିର ଆୟୋଜନ ନିମନ୍ତେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ନିକଟସ୍ଥ ବ୍ଯାଘ୍ର ଦେବି ମନ୍ଦିର ପ୍ରାଙ୍ଗଣରେ ଶନିବାର ଏକ ପ୍ରସ୍ତୁତି ବୈଠକ ହୋଇଯାଇକଛି ।ସଂଘ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୧୪ ତାରିଖ ଏ ଦେଶର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜନ୍ମ ତିଥି ବା ଶିଶୁ ଦିବସ ଉପଲକ୍ଷେ ତାଙ୍କ ସ୍ମୃତିଚାରଣ ନିମନ୍ତେ ଏବଂ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆଧୁନିକ ଭାରତ ନିର୍ମାଣ ପାଇଁ ଯେଉଁ ଅବଦାନ ତାହାକୁ ମନ ପକେଇବା ପାଇଁ ସଂଘ ପକ୍ଷରୁ ଛତ୍ରପୁର ସ୍ଥାନୀୟ ସରକାରୀ ହସ୍ପିଟାଲରେ ରକ୍ତଦାନ ଶିବିର ଆୟୋଜନ କରାଯିବ ବୋଲି ସଂଘ ସଭାପତି ଇଜୁ ଆମିନ ଖାନ ଜଣାଇଛନ୍ତି । ଉକ୍ତ ବୈଠକରେ ଜଲାଲ ଖାନ, ରଞ୍ଜିତ ରଥ, ସୁବୋଧ ସୁମନ ସ୍ବାଇଁ, ମହେଶ ଗୌଡ, ଚକ୍ରପାଣି ପୋଲେଇ, ମାନସ ସ୍ବାଇଁ,ପ୍ରଶନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ ।


