କ୍ରାନ୍ତୀ ଯୁବଛାତ୍ର ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳନ
କ୍ରାନ୍ତୀ ଯୁବ ଛାତ୍ରସଂଘ ପକ୍ଷରୁ ଷ୍ଟେସନ ରୋଡ୍ କାର୍ୟ୍ୟଳୟରେ ଶ୍ରମିକ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ଶ୍ରମିକ ନେତା ଅଲ୍ ଇଣ୍ଡିଆ ଇନସ୍ୟୁରାନ୍ସ ଏମପ୍ଲୟ ୟୁନିଅନର ସଂପାଦକ କିଶୋର ମିଶ୍ର ଯୋଗ ଦେଇଥିଲେ । ଏବଂ ବର୍ତ୍ତମାନ ସମୟର ଶ୍ରମିକ ମାନେ ଯେଉଁ ଯନ୍ତ୍ରଣା ଦେଇ ଗତିକରୁଛନ୍ତି । ସରକାରଙ୍କ ଶ୍ରମିକ ମାରଣନିତୀ କୋଠର ହୋଇ ଚାଲିଛି । କଳକାରଖାନା ମାନଙ୍କରେ ଶ୍ରମିକ ଛୋଟେଇ ବଢି ଚାଲିଛି । ଠିକା ଶ୍ରମିକ ମାନଙ୍କ ଜୀବନ ଜୀବିକା ସଂପୂର୍ଣ୍ଣ ଅସହ୍ୟ ହୋଇପଡିଲାଣି । ଏବଂ କିଛି ଶକ୍ତି ଏଭଳି ସମୟରେ ଭାରତ ବର୍ଷରେ ଜାତି ଧର୍ମ ବର୍ଣ୍ଣ ନାମରେ ବିଷମଞି ବୁଣିଚାଲିଛନ୍ତି ଏ ସମସ୍ତ ଦିଗ ଉପରେ ଆଲୋଚନା ଆଲୋକପାତ ହୋଇଥିଲା । ପର୍ୟ୍ୟୟ ଶେଷରେ ସଂଘର ସଭାପତି ଇଜୁ ଆମିନ୍ ଖାନ୍ ଆଗାମୀ ଦିନରେ କିଭଳି ଭାବେ ଛତ୍ରପୁରର ସମସ୍ତ ଯୁବକ ଭାଇମାନେ ଏକାଠି ହୋଇ ବିଭିନ୍ନ କଂପାନୀ ବିରୋଧରେ ଜନଆନ୍ଦୋଳନ ଗଢି ଏ ଅଞ୍ଚଳର ଯୁବକଙ୍କୁ ନିଯୁକ୍ତି ଦିଆଯିବ ସେଥିଲାଗି ସଂକଳ୍ପବଦ୍ଧ ହୋଇ କାମ କରିବା ସେ ଉପରେ ଗୁରୁତ୍ୱରୋପ କରାଯାଇଥିଲା । ଏଥିରେ ବ୍ରହ୍ମପୁର ଯୁବକ ସଂଘର ସଂଯୋଜକ ସାଜିଦ ହୁସେନ୍, ମହେଶ ଗୌଡ, ପ୍ରଦିପ ନାହାକ, ସୁବୋଧ ସ୍ବାଇଁ ,ରାଜୁ ରେଡି, ଅଭିଷେକ ପଟ୍ଟନାୟକ, କୃଷ୍ଣ ନାହାକ,ଅଂଶଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ ।