କ୍ରିଏଟିଭ୍ ସ୍କୁଲ୍ରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ଲୁମ୍ବିନୀ ବିହାରସ୍ଥିତ କ୍ରିଏଟିଭ୍ ସ୍କୁଲ୍ରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ କ୍ରିଏଟିଭ ଏଜୁକେଶନ ଟ୍ରଷ୍ଟର ଉପଦେଷ୍ଟା ଶ୍ରୀ ଶୁଭ୍ରାଂଶୁ ଶତପଥୀ ପତାକା ଉତ୍ତୋଳନ କରି ପିଲମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତ୍ରୀ ତଥା ପ୍ରିନ୍ସିପାଲ ସୁସ୍ମିତା ଶତପଥି, ଅଧ୍ୟକ୍ଷ ପ୍ରସନ୍ନ ସେନାପତି, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ । ଶେଷରେ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।


