କ୍ରିକେଟରୁ ଅବସର ନେଲେ ପ୍ରଜ୍ଞାନ ଓଝା

କ୍ରିକେଟ ଦଳରୁ ଅବସର ନେଲେ ପ୍ରଜ୍ଞା  ଓଝା । ଆଜି ସେ ନିଜର ଟ୍ୱିଟରେ ଏକ ପତ୍ର ସେୟାର କରିଛନ୍ତି । ପତ୍ର ମାଧ୍ୟମରେ ଆନ୍ତର୍ଜାତୀୟ ଓ  ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି । ଏଥି ସହିତ ଏହି ପତ୍ରରେ ପ୍ରଜ୍ଞାନ ବିସିସିଆଇ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନ, ବେଙ୍ଗଲ କ୍ରିକେଟ୍ ଆସୋସିଏସନ, ଟିମ ସହକର୍ମୀ ଭିଭିଏସ ଲକ୍ଷ୍ମଣ, ଭେଙ୍କଟପତି ରାଜୁ ,ଧୋନି ଓ କ୍ରିକେଟ ପ୍ରେମୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ହାଇଦ୍ରାବାଦ କ୍ରିକେଟ ଆସୋସିଏସନକୁ ପ୍ରଜ୍ଞାନ ୧୪ ବର୍ଷ କ୍ରିକେଟ ଖେଳିଛନ୍ତି।୨୮ ଜୁନ ୨୦୦୮ରେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ କ୍ୟାରିୟର ଆରମ୍ଭ କରିଥିବା ବାମହାତୀ ସ୍ପିନର ପ୍ରଜ୍ଞାନ ମୋଟ ୧୮ଟି ଏକଦିବସୀୟ ମ୍ୟାଚ ଖେଳି ମୋଟ ୨୧ଟି ଓ୍ଵିକେଟ ନେଇଛନ୍ତି । ଏହା ପରବର୍ଷ ଅର୍ଥାତ ୨୪ ନଭେମ୍ବର ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ସେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ସେ ମୋଟ ୨୪ଟି ଟେଷ୍ଟ ଖେଳି ୧୧୩ଟି ଓ୍ଵିକେଟ ନେଇଛନ୍ତି । ଆଇପିଏଲରେ ସେ ପ୍ରଥମେ ଡେକାନ ଚାର୍ଜର୍ସ ଓ ପରେ ମୁମ୍ବଇ ଇଣ୍ଡିଆନ ତରଫରୁ ଖେଳିଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ହାଇଦ୍ରାବାଦ ପାଇଁ ଖେଳୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ