କ୍ରିକେଟ୍‌ରୁ ଅବସର ନେଲେ ଇର୍ଫାନ୍

ମୁମ୍ବାଇ : ଅଲରାଉଣ୍ଡର ଇର୍ଫାନ୍‌ ପଠାନ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲ୍‌ବିଦା କହିଛନ୍ତି । ଭାରତର ଟି20 ବିଶ୍ବକପ୍‌ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ହିରୋ ଜଣଙ୍କ ଶନିବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି । ୨୦୦୩ ବର୍ଡର- ଗାଭାସ୍କର ଟ୍ରଫିରେ ଭାରତ ପାଇଁ ପଦାର୍ପଣ କରିଥିବା ଇର୍ଫାନ୍‌ ୨୦୧୨ ଟି 20 ବିଶ୍ବକପ୍‌ରେ ଶେଷଥର ପାଇଁ ଭାରତୀୟ ଜର୍ସିରେ ନଜର ଆସିଥିଲେ । ୨୦୧୨ ପରଠାରୁ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଥିବା ୨୦୧୯ ଫେବୃୟାରୀ ପର୍ଯ୍ୟନ୍ତ ଘରୋଇ କ୍ରିକେଟ୍‌ ଖେଳିଥିଲେ । ଇର୍ଫାନ୍‌ ନିଜ ୯ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ପଠାନ୍‌ ଭାରତ ପାଇଁ ୨୯ଟି ଟେଷ୍ଟ, ୧୭୩ଟି ଦିନିକିଆ ଏବଂ ୨୪ଟି ଟି୨୦ ମ୍ୟାଚ୍‌ ଖେଳିଥିବା ବେଳେ ଯଥାକ୍ରମେ ୧୦୦, ୧୭୩ ଏବଂ ୨୮ଟି ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି । ଏହା ସହିତ ତିନୋଟି ଫର୍ମାଟରେ ଇର୍ଫାନ ୨୫୦୦ ରନ୍‌ ସଂଗ୍ରହ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ