କ୍ରିକେଟ ଖେଳୁଥିବାବେଳେ ଟଳି ପଡିଲେ ଛାତ୍ର

ନିମାପଡା,(ସନ୍ତୋଷ ଦାଶ): ନିମାପଡା ଠାରେ ଏକ ଘରୋଇ ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ କ୍ରିକେଟ ଖେଳ ସମୟରେ ଜଣେ + ୩ ଛାତ୍ର ଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତ ଛାତ୍ର ଙ୍କ ଘର ପୁରୀ ଜିଲ୍ଲା ବ୍ରହ୍ମଗିରି ନିକଟସ୍ଥ ଯାଦୁପୁର ଗ୍ରାମରେ ଓ ଛାତ୍ର ଙ୍କ ନାମ ଓଁ ପ୍ରକାଶ ଜେନା। ଛାତ୍ର ଜଣକ ଖେଳୁଥିବା ବେଳେ ହଠାତ ପଡ଼ିଆ ରେ ଟଳି ପଡିଥିଲେ। ତାଙ୍କ ସହିତ ଖେଳୁଥିବା ଅନ୍ୟ ଛାତ୍ର ମାନେ ତାଙ୍କୁ ତୁରନ୍ତ ନିମାପଡା ସ୍ୱାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ଲାଗି ନେଇଥିଲେ।ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଚିକିତ୍ସା ରେ ଅବହେଳା ରୁ ଛାତ୍ର ଙ୍କ ମୃତ୍ୟୁ ଘଟିଲା ବୋଲି ଅଭିଯୋଗ କରି ଅନ୍ୟ ଛାତ୍ର ମାନେ ସ୍ୱାସ୍ଥ୍ୟକେନ୍ଦ୍ର ରେ ହୋ ହଲା କରିଥିଲେ ।ଖବର ପାଇ ନିମାପଡା ଥାନା ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ହୋ ହାଲ୍ଲା କରୁଥିବା ଛାତ୍ର ମାନଙ୍କୁ ବୁଝାଇ ଶାନ୍ତ କରିଥିଲେ। ଛାତ୍ର ଙ୍କୁ ମେଡିକାଲ ଆଣିବା ପୂର୍ବରୁ ତାଙ୍କ ର ମୃତ୍ୟୁ ହୋଇଯାଇଥିଲା ବୋଲି ଡାକ୍ତର ପୋଲିସ କୁ କହିଛନ୍ତି।ପୋଲିସ ଶବକୁ ଜବତ କରି ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ବ୍ୟବଛେଦ ଲାଗି ପଠାଇବା ସହିତ ଘଟଣା ର ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ