କ୍ରିକେଟ ଖେଳୁଥିବା ବେଳେ କଲେଜଛାତ୍ରର ମୃତ୍ୟୁ

କେନ୍ଦ୍ରାପଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କ୍ରିକେଟ ଖେଳୁଥିବା ବେଳେ ସୋମବାର ଅପରାହ୍ନ ପ୍ରାୟ ସାଢେ ଚାରିଟା ସମୟରେ ଜନୈକ କଲେଜଛାତ୍ରର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଡେରାବିଶି ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ହିମାଂଶୁ ପ୍ରଧାନଙ୍କ କଲେଜ ପଢୁଆ ଏକମାତ୍ର ପୁଅ ସତ୍ୟବ୍ରତ ପ୍ରଧାନ(୧୮) ସୋମବାର ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଅନ୍ୟସାଥି ମାନଙ୍କ ସହିତ କ୍ରିକେଟ ଖେଳରେ ବ୍ୟାଟିଂ କରି ରନ ନେବାକୁ ପିଚରେ ଦୈାଡୁଥିବା ସମୟରେ ହଠାତ ତଳେ ମୁହଁମାଡି ପଡିଯିବା ସହ ବେହୋସ ହୋଇପଡିଥିଲେ । ୧୦୮ ଆମ୍ବୁଲାନ୍ସକୁ ଫୋନକରି ବିଫଳ ହେବା ପରେ ସତ୍ୟବ୍ରତଙ୍କୁ ସାଙ୍ଗମାନେ ଏକ ଗାଡିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ସତ୍ୟବ୍ରତଙ୍କୁ ମୃତ ଘୋଷଣା କରିଥିଲେ । ଟାଉନ ଥାନା ପୋଲିସ ଖବରପାଇ ଶବ ଜବତ କରିବା ସହିତ ଘଟଣାସ୍ଥଳ ପରିଦର୍ଶନକରି ତଦନ୍ତ କରୁଥିବା ଟାଉନ ଥାନା ସବଇନିସପେକ୍ଟର ସୈାମ୍ୟରଞ୍ଜନ ଜାଲି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ