କ୍ରିକେଟ ଟୁର୍ଣାମେଣ୍ଟ ଉଦଯାପିତ,ବୁଗୁଡା ଟିମ ଚମ୍ପିୟାନ
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ପିପୁଲସ ହାଇ ସ୍କୁଲ ଖେଳପଡ଼ିଆରେ ବୁଗୁଡାର ଶ୍ରୀ ବଳଦେବ ସ୍ଵାମୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପକ୍ଷରୁ ଆୟୋଜିତ କ୍ରିକେଟ ମ୍ୟାଚ ରବିବାର ଦିନ ଉଦଯାପିତ ହୋଇଯାଇଛି।ଫାଇନାଲ ମ୍ୟାଚ ବୁଗୁଡା ଟିମ ଓ କଦପଡା ଟିମ ମଧ୍ୟରେ ଅନୁଷ୍ଟିତ ହୋଇଥିଲା।ଏଥିରେ ବୁଗୁଡା ଟିମ ବିଜୟୀ ହୋଇ ଉଇନର ସିଲଡ଼ ପାଇ ଚମ୍ପିୟାନ ହୋଇଥିବା ବେଳେ କଦପଡା ଟିମ ରନରସ ସିଲଡ଼ ପାଇଥିଲେ।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇ ଉଇନର ସିଲଡ଼ ଓ ରନର୍ସ ସିଲଡ଼ ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବୁଗୁଡା ଏନଏସିର ପୂର୍ବତନ ଉପାଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ପୂର୍ବତନ କାଉନସିଲର ସୁଧାଂଶୁ ଶେଖର ପାଢ଼ୀ, ବୁଗୁଡା ନଗର ବିଜେଡି ସଭାପତି ରାଜେନ୍ଦ୍ର କୁମାର ପାଢୀ ଓ ସୋମନାଥ ପାତ୍ର ଯୋଗଦେଇଥିଲେ। ଆନନ୍ଦ ପାତ୍ର ପରିଚାଳନାର ନେତୃତ୍ୱ ନେଇଥିଲେ।