କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ବୁଗୁଡା – ବାଲିପିଣ୍ଡି ଷ୍ଟାଡିୟମରେ ଶୁକ୍ରବାର ମାଳିଝୋଲା ୟୁଥ ଆସୋସିଏସନ ପକ୍ଷରୁ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସିଜନ ୩ କୁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବୁଗୁଡା ନଗର ବିଜେଡି ସଭାପତି ରାଜେନ୍ଦ୍ର କୁମାର ପାଢୀ, ପ୍ରାକ୍ତନ ଉପନଗରପାଳ ଚିତ୍ରସେନ ପ୍ରଧାନ,ପୂର୍ବତନ କାଉନସିଲର ସୁଧାଂଶୁ ଶେଖର ପାଢ଼ୀ ଓ ଭୀମ ବେହେରା ଏବଂ ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବରୁଣ ସେନାପତି ପ୍ରମୁଖ ଯୋଗ ଦେଇଥିଲେ। ମାଳି ବେହେରାଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୧୨ଟି ଟିମ ଯୋଗ ଦେଇଥିବା ଜଣାପଡିଛି ।


