କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମଣିନାଥପୁର ଖେଳ ପଡିଆ ଠାରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ତିନିଦିନ ଧରି ଉକ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଆଜି ଶେଷ ଦିନରେ କୋଣାର୍କ କ୍ରିକେଟ ଟିମ ଯାଜପୁର ଓ ବାଣପୁର କ୍ରିକେଟ ଟିମ ମଧ୍ୟରେ ଫାଇନାଲ ଅନୁଷ୍ଠିତ ହୋଇଥିଲା । ଟସଜିତି ପ୍ରଥମେ ବାଣପୁର କ୍ରିକେଟ ଟିମ ବ୍ୟାଟିଂ ନିଷ୍ପତ୍ତି ନେଇ ୭.୪ଓଭରରେ ସମସ୍ତ ଉଇକେଟ ହରାଇ ୩୪ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଯାଜପୁର କୋଣାର୍କ କ୍ରିକେଟ ଟିମ ୬.୨ଓଭର ଖେଳି ୮ଗୋଟି ଉଇକେଟ ହରାଇ ୩୭ରନ କରି ବିଜୟୀ ହୋଇଥିଲା । ଆୟୋଜିତ ପୁରସ୍କାର ବିତରଣ ସଭାରେ କ୍ରୀଡା ଶିକ୍ଷକ ଶରତ ଦାସ, ଶିକ୍ଷାବିତ ଦୁଖିଶ୍ୟାମ ଦାସ, ଯୁବ ସମାଜସେବୀ ବିଶ୍ୱମ୍ବର ରାଉତ, ଉପେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ସହ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ । ଏହା ସହିତ ରନଅର୍ସ ଅପ ଟିମକୁ ପୁରସ୍କୃତ କରାଯାଇଥିଲା । ସମସ୍ତ ମ୍ୟାଚରେ ଅମ୍ପେୟାର ଭାବେ ବିଜୟ ସେଠୀ, ନିରଞ୍ଜନ ବାରିକ, ଦିଲ୍ଲୀପ ଶତପଥି, ବିଶ୍ୱମ୍ବର ସାହୁ କାର୍ଯ୍ୟ ତୁଲାଇଥିଲେ । ତିନିଦିନ ଧରି ଚାଲିଥିବା ପ୍ରତିଯୋଗିତାକୁ ଗୋପବନ୍ଧୁ ଯୁବକ ସଂଘର ସଭାପତି ଗଜେନ୍ଦ୍ର ଦାସ, ସମ୍ପାଦକ ସୁରଥ ଦାସଙ୍କ ସମେତ ସଦସ୍ୟମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ