କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଗୁମ୍ମା ଦଳ ଚମ୍ପିୟାନ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଗୁମ୍ମା ସଦର ମହକୁମା ମିନି ଷ୍ଟାଡିୟମରେ ଡ଼ିସିସି(ଡ଼େଭିଡ଼ କ୍ରିକେଟ କ୍ଲବ) ପକ୍ଷରୁ ଅନୁଷ୍ଠିତ ସୁଜଗ୍ୟ ମେମୋରିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଏଥିରେ ଡ଼ିସିସି ଦଳ ଚାମ୍ପିୟାନ ହୋଇଛି । ଏହି ତୁର୍ଣ୍ଣାମେଣ୍ଟ ଗତ ଡିସେମ୍ବର ୨୭ତାରିଖରୁ ଆରମ୍ଭ ହୋଇଥିଲା। ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାଇଟେକ ମେଡିକାଲ କଲେଜର ଏମଡ଼ି ରୂପେଶ କୁମାର ପାଣିଗ୍ରାହୀଙ୍କ ସମେତ ମାରୁତ ପାଳ,କ୍ରୀଡ଼ାବିତ ଦେବାଶିଷ ପାଢ଼ୀ,ସୁଜଗ୍ୟ ସିଂଙ୍କ ପତ୍ନୀ ସୁଶାନ୍ତି ସିଂ,ପ୍ରଦୀପ ନାୟକ,ବିମଳ କୁମାର ଦଳାଇ,ଲଷ୍ମୀ ପରିଛା ଓ ଜୁସଲିଶ ମଣ୍ଡଳ ଯୋଗଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ୨୪ଟି ଦଳ ଭାଗ ନେଇଥିଲେ ପଡ଼ୋଶୀ ଜିଲ୍ଲା ରାୟଗଡ଼ା ଓ ଗଜପତି ଜିଲ୍ଲାର ଆର ଉଦେଇଗିରି,ପାରଳାଖେମୁଣ୍ଡିର ନାମିଦାମୀ ଖେଳାଳି ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା।ଫାଇନେଲ ମ୍ୟାଚ ଡିସିସି ଗୁମ୍ମା ଓ ଏସକେସିଜି କଲେଜ ମଧ୍ୟରେ ଖେଳାଯାଇଥିଲା। ଅତିଥିମାନେ ଚାମ୍ପିୟାନ ଡ଼ିସିସି ଦଳ ଓ ରନର୍ସ ହୋଇଥିବା ଏସକେସିଜି ଦଳକୁ ପୁରସ୍କୃତ କରିଥିଲେ । ସେହିପରି ଶ୍ରେଷ୍ଠ ମେନଅଫଦା ମେଚ ବାଦଲ ପାଣି ଦଳର ଶ୍ରେଷ୍ଠ ମେନଅଫ ସିରିଜ ସୁନ୍ଦର ପାଣି ଓ ଶ୍ରେଷ୍ଠ ଖେଳାଳି ଭାବେ ଗୁଣ୍ଡୁ ସୂର୍ଯ୍ୟ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡେଭିଡ଼ କ୍ରିକେଟ କ୍ଳବର ପ୍ରୀତମ ପାଳ,ନିରୋଜ ଷଡ଼ଙ୍ଗୀ,କ୍ଲିଟୋନ ରାଉଳ,ଜନୀ ରାଉଳ,ଫୁଲବୀ ସିଂ,ଅଭିନାସ ସୂର୍ଯ୍ୟ,ଅମିତ ଜେନା,ସୁବନ୍ୟ ପାଣି,ଧ୍ୟାନେସ ଲିମ୍ମା ଓ ପିଣ୍ଟୁ ବାବୁ ପରିଚାଳନା କରିଥିଲେ ।