କ୍ରିଷ୍ଟଲ ଆୱାର୍ଡରେ ସମ୍ମାନୀତ, ଦୀପିକା
ଦାବୋସ: ମାନସିକ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ଜାଗ୍ରତ କରିବା ଓ ନେତୃତ୍ୱ ନେବା ପାଇଁ କ୍ରିଷ୍ଟଲ ଆୱାର୍ଡରେ ସମ୍ମାନୀତ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ । କାର୍ଯ୍ୟକ୍ରମରେ ସେ ନିଜର ଡିପ୍ରେସନ ସହ ନିଜର ଲଢେଇ ବିଷୟରେ ଅଭିଭାଷଣରେ କହିଥିବା ଥିବା ସହ ପ୍ରେରଣା ଦାୟୀ ଭାଷଣ ମଧ୍ୟ ଦେଇଥିଲେ । ଏହି ଆୱାର୍ଡ ସଂସ୍କୃତିର ବିକାଶ କ୍ଷେତ୍ରରେ କାର୍ଯ୍ୟକରୁଥିବା ବ୍ୟକ୍ତି ଓ ବ୍ୟକ୍ତି ବିଶେଷ ନେତା ମାନଙ୍କୁ ପ୍ରଦାନ କରାଯାଇଥାଏ ।


