କ୍ରିସମାସ୍ ଡିସେମ୍ବର ୨୫ରେ ପାଳନ କରାଯିବାର କାରଣ
ଭୁବନେଶ୍ୱର : ପ୍ରତି ବର୍ଷ ୨୫ ଡିସେମ୍ବର ଦିନ କ୍ରିସମାସ ଡେ ବା ବଡ଼ଦିନ ପାଳନ କରାଯାଏ। ସାଧାରଣ ଲୋକଙ୍କ ମନରେ ବିଶ୍ବାସ ରହିଛି ଏହି ଦିନ ଯୀଶୁ ଜନ୍ମ ହୋଇଥିଲେ। ମାତ୍ର ବାଇବେଲରେ ଯୀଶୁଙ୍କ ଜନ୍ମ ସମ୍ପର୍କରେ କୌଣସି ଉଲ୍ଲେଖ କରାଯାଇନାହିଁ। ଏହି ତାରିଖକୁ ନେଇ ଅନେକ ଥର ବିବାଦ ମଧ୍ୟ ହୋଇସାରିଛି। ଆଜି ଆମେ ଆପଣଙ୍କୁ ଏହି ସମ୍ପର୍କିତ କିଛି ରୋଚକ ତଥ୍ୟ ବିଷୟରେ ଜଣାଇବୁ।
ମାନ୍ୟତା ଅନୁଯାୟୀ ସର୍ବପ୍ରଥମେ କ୍ରିସମାସ ଡେ ୩୩୬ ଖ୍ରୀଷ୍ଟାଦ୍ଦରେ ରୋମେନର ପ୍ରଥମ ଇସାଇ ସମ୍ରାଟଙ୍କ ସମୟ ୨୫ ଡିସେମ୍ବରରେ ପାଳନ କରାଯାଇଥିଲା। ଏହାର କିଛି ବର୍ଷ ପରେ ପପ୍ ଜୁଲିୟସ ଅଧିକାରୀକ ସ୍ତରରେ ୨୫ ଡିସେମ୍ବର ଦିନ ଯୀଶୁଙ୍କ ଜନ୍ମଦିନ କ୍ରିସମାସ ଡେ ରୂପେ ପାଳନ କରିବା ପାଇଁ ଘୋଷଣା କରିଥିଲେ। ଅନ୍ୟ ଏକ ମାନ୍ୟତା ଅନୁଯାୟୀ ୨୫ ମାର୍ଚ୍ଚରେ ମେରୀ ଗର୍ଭଧାରଣ ବିଷୟରେ କହିଥିଲେ, ସେ ଏକ ବିଶେଷ ଶିଶୁକୁ ଜନ୍ମ ଦେବେ, ଯାହାଙ୍କର ନାମ ଯୀଶୁ ରହିବ। ୨୫ ମାର୍ଚ୍ଚରୁ ୯ମାସ ପରେ ୨୫ ଡିସେମ୍ବରରେ ଯୀଶୁଙ୍କର ଜନ୍ମ ହୋଇଥିଲା। ଏହିକାରଣରୁ ମଧ୍ୟ ୨୫ ଡିସେମ୍ବର ଦିନ କ୍ରିସମାସ ଡେ ପାଳନ କରାଯାଇଥାଏ। ଉଲ୍ଲେଖ ଅନୁଯାୟୀ ୨୫ ମାର୍ଚ୍ଚରେ ହିଁ ଯୀଶୁଙ୍କର ମୃତ୍ୟୁ ହୋଇଥିଲା।