କ୍ରିୟାନୁଷ୍ଠାନ କମିଟି ବ୍ରହ୍ମପୁର ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :-ଆସନ୍ତା କାଲି ୧୫/୩/୨୦୨୨ ( ମଙ୍ଗଳବାର ) ଦିନ ସକାଳ ୧୧.୦୦ ଘଣ୍ଟା ସମୟରେ ଗେଟ ବଜାର ନିକଟସ୍ଥ NGO ହଲ ଠାରେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ବ୍ରହ୍ମପୁର ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ମହାନଗର ନିଗମ ସକାଶେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ନିଜର ପସନ୍ଦର ସମର୍ଥିତ ମେୟର ପାର୍ଥୀ ନାମ ଏବଂ ସହର ତଳି ଅଞ୍ଚଳ ପ୍ରତି ରାଜନୈତିକ ଅବିଚାର ପରିପ୍ରେକ୍ଷୀରେ ମହାନଗର ନିର୍ବାଚନ ନେଇ ନିଜର ଷ୍ଟାଣ୍ଡ ଘୋଷଣା କରିବ । ଏଥିରେ ସମସ୍ତେ ଯୋଗଦାନ କରି ସହଯୋଗ କରିବାକୁ ଅନୁରୋଧ ।


